କଳିଙ୍ଗା ବିଏଡ୍ ମହାବିଦ୍ୟାଳୟ ତରଫରୁ ଚିତ୍ର କଳା ପ୍ରଦର୍ଶନୀ

କଳିଙ୍ଗା ବିଏଡ୍ ମହାବିଦ୍ୟାଳୟ ତରଫରୁ ଚିତ୍ର କଳା ପ୍ରଦର୍ଶନୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ କଳିଙ୍ଗା ବିଏଡ୍‌ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଚିତ୍ରକଳା ପ୍ରଦର୍ଶିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଗଣିତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଦୀପକ୍ କୁମାର ଦାସ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଆସିଷ୍ଟାଣ୍ଟ ପ୍ରଫେସର ବିଚିତ୍ର କୁମାର ବେହେରା ଏବଂ ପ୍ରଫେସର ସୁଶାନ୍ତ କୁମାର ରଣା ଏବଂ ମୁଖ୍ୟ ବକ୍ତା ରୂପେ ପ୍ରଫେସର ଡକ୍ଟର ସଦାନନ୍ଦ ମେହେର, ଆସିଷ୍ଟାଣ୍ଟ ପ୍ରଫେସର ବିକ୍ରମ କୁମାର ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜଳନ କରିଥିଲେ। ଏହି ଚିତ୍ରକଳା ପ୍ରଦର୍ଶନି ବିଷୟରେ ନିଜ ନିଜ ମତବ୍ୟକ୍ତ କରିଥିଲେ।

ଚିତ୍ରକାରମାନେ ଈଶ୍ବରଙ୍କୁ ସେମାନଙ୍କ ଆତ୍ମା ​​ସହିତ ଏକତ୍ର କରି ଏପରି ସୁନ୍ଦର ଚିତ୍ର ପ୍ରସ୍ତୁତ କରିଥିବା ପିଲାମାନଙ୍କୁ ବୁଝାଇ ଥିଲେ। ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ପିଲାମାନଙ୍କୁ ସଶକ୍ତ ଭାରତ, ମହିଳା ସଶକ୍ତୀକରଣ, ଜଳ ସଂରକ୍ଷଣ ସହ ଜଳ ହିଁ ଜୀବନ, ସ୍ବଚ୍ଛ ଭାରତ, ଧୂମ୍ରପାନ ନିଷେଧ, ଲିଙ୍ଗଗତ ସମାନତା, ଉନ୍ନତମାନର ଶିକ୍ଷା, ଭଳି ସୁନ୍ଦର ବିଷୟକୁ ନେଇ ଏହି  ଚିତ୍ରକଳାର କାଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ୭୦ ଜଣ ଛାତ୍ରଛାତ୍ରୀ ନିଜର ସ୍ଵତନ୍ତ୍ର ଚିତ୍ର କଳା ସୃଷ୍ଟି କରି ପରିବେଷିତ କରିଥିଲେ। ଏହି କାଯ୍ୟକ୍ରମକୁ  ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ସୌମ୍ୟ ରଞ୍ଜନ ନାୟକ ଏବଂ ସୁବ୍ରତ ପାଢ଼ୀ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe