ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ଲୋକାର୍ପିତ 

ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ଲୋକାର୍ପିତ 

Sambad

କୋରାପୁଟ: ସ୍ଥାନୀୟ କୋରାପୁଟ ସଂସ୍କୃତିଭବନ ପରିସରରେ ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ୫ଟି ସଚିବ ଭି.କେ ପାଣ୍ଡିଆନ୍‌ ଅନଲାଇନରେ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଅବଦ୍ଦାଲ ଏମ୍‌. ଅଖତର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସୟ, କୋରାପୁଟ ବିଧାୟକ ରଘୁରାମ ପଡାଲ, ଲଲିତ କଳା ଏକାଡେମୀ କାର୍ଯ୍ୟକାରୀ ସମିତିର ସଭ୍ୟ ଶ୍ୟାମସୁନ୍ଦର ମେହେର ପ୍ରମୁଖ ଆର୍ଟ ଗ୍ୟାଲେରୀର ଲୋକାର୍ପଣ ସହ ପରିଦର୍ଶନ କରିଥିଲେ। କୋରାପୁଟ ଜିଲ୍ଲାର ଚିତ୍ରକାରଙ୍କ ଦ୍ୱାରା ଖୁବ ସୁନ୍ଦର ଚିତ୍ର ପ୍ରଦର୍ଶନ କରା ଯାଇଥିବାବେଳେ ୨୮ରୁ ଅଧିକ ଚିତ୍ର ସ୍ଥାନ ପାଇଥିଲା।

ଏହାଦ୍ୱାରା କୋରାପୁଟ ଜିଲ୍ଲାର ଚିତ୍ରକଳାର ପ୍ରସାର ଓ ପ୍ରଚାର ହୋଇପାରିବ ବୋଲି କୋରାପୁଟ ବିଧାୟକ ପ୍ରକାଶ କରିଛନ୍ତି। କୋରାପୁଟ ଜିଲ୍ଲାର ସ୍ଥାନୀୟ ଚିତ୍ରକାର ମାନେ ସେମାନଙ୍କ ଚିତ୍ରକଳା ଏଠାରେ ପ୍ରଦର୍ଶନୀ କରିପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଜିତ ମିଶ୍ର ଯୋଗଦେଇ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ,ସତ୍ୟ ନାରାୟଣ ପ୍ରଧାନ, ରାସ୍ତା ଓ ଗୃହ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସତ୍ୟ ନାରାୟଣ ଖୁରା ଓ ସହକାରୀ ଯନ୍ତ୍ରୀ ଶରତ ପାତ୍ର, ଓସ୍ୱାନର ଡିଜିଏମ ମନୋଜ ଦାସ, ଚିତ୍ରକାର ଟୁବୁଲି ବେହେରା ଓ କେଶବ ଖରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe