କୁନି ଚିତ୍ରଶିଳ୍ପୀ ଦେବାଂଶୀ ମହାନ୍ତିଙ୍କ ଚିତ୍ରକଳା ପ୍ରଦର୍ଶନୀ

Advertisment
କୁନି ଚିତ୍ରଶିଳ୍ପୀ ଦେବାଂଶୀ ମହାନ୍ତିଙ୍କ ଚିତ୍ରକଳା ପ୍ରଦର୍ଶନୀ

Sambad

ଖୋର୍ଦ୍ଧା: ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ର ୯ମ ଶ୍ରେଣୀ ଛାତ୍ରୀ ତଥା ଖୋର୍ଦ୍ଧା କୋଣାର୍କ ନଗର ବାସିନ୍ଦା ଅବସରପ୍ରାପ୍ତ ସେନା କର୍ମଚାରୀ ବିଶ୍ୱଜିତ ମହାନ୍ତି ଓ ପ୍ରୀତି ମହାନ୍ତିଙ୍କ କନ୍ୟା ଦେବାଂଶୀ ମହାନ୍ତିଙ୍କ ଅଙ୍କିତ ତଥା ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କୃତ ୩୦ରୁ ଉର୍ଦ୍ଧ୍ବ ଚିତ୍ର କଳାକୁ ନେଇ ଆଜି ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।

ସ୍ଥାନୀୟ ଗୀତାଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଆଜି ଉଦଘାଟନୀ ଦିବସରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପୌର ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ପୌର ଉପାଧ୍ୟକ୍ଷ ସୌମ୍ୟରଞ୍ଜନ ମହାନ୍ତି, ବରିଷ୍ଠ ଆଇନଜୀବୀ ଶକ୍ତିଶଙ୍କର ମିଶ୍ର, ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ସତ୍ୟବାଦୀ ବଳିଆରସିଂହ, ଦେବପ୍ରସାଦ ମଜୁମଦାର, ସୁକାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଦେବାଂଶୀଙ୍କ ଗୁରୁ ସନ୍ତୋଷ କୁମାର ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। ଦେବାଂଶୀଙ୍କ ଚିତ୍ରକଳାର ପ୍ରଦର୍ଶନୀ ଆୟୋଜନ କରିଥିବା କୁହାଯାଇଛି ଯେ, ୮ ତାରିଖରେ ଦେବାଂଶୀଙ୍କ ଚିତ୍ରକଳାର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି।

ଆସନ୍ତାକାଲି, ୯ ତାରିଖ ସକାଳେ ଗୀତାଭବନ ଠାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ଚିତ୍ରଶିଳ୍ପ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁଲିସ ଆସୋସିଏସନର ସଭାପତି ରଞ୍ଜନ ପଟ୍ଟନାୟକ, ଦିଲ୍ଲୀପ କୁମାର ସାହୁ, ଅନନ୍ତ ବିଶ୍ୱାଳ, ଲଳିତ ଧଳଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଦେବାଂଶୀଙ୍କ ଜେଜେମା କାଦମ୍ବିନୀ ମହାନ୍ତି ଜଣେ ଭଲ ଚିତ୍ରଶିଳ୍ପୀ ଅଟନ୍ତି। ଦେବାଂଶୀ ଛୋଟ ବୟସରୁ ସେ ଜେଜେମାଙ୍କ ଏହି ଚିତ୍ରକଳା ପ୍ରତି ଅନୁପ୍ରାଣିତ ହୋଇ ଚିତ୍ର ଆଙ୍କିବା ପ୍ରତି ଆଗ୍ରହ ଦେଖାଇ ଥିଲେ। ତାଙ୍କ ମାଆ ବାପା, ଜେଜେ ଓ ଅଜା ମଧ୍ୟ ଦେବାଂଶୀଙ୍କ ଏହି ଆଗ୍ରହର ଉତ୍ତରୋତ୍ତର ବିକାଶ କରିବାରେ ଅନୁପ୍ରାଣିତ କରିଥିଲେ। ଏହାପରେ ସେ ଚିତ୍ରଶିଳ୍ପୀ ସନ୍ତୋଷ କୁମାର ବେହେରାଙ୍କ ନିକଟରେ ଚିତ୍ର ଆଙ୍କିବା ଶିକ୍ଷାଲାଭ କରିଥିଲେ। ଚିତ୍ରାଙ୍କନରେ ଦେବାଂଶୀ ଭୁବନେଶ୍ୱର ସମ୍ମାନ, ପ୍ରଜ୍ଞା ପ୍ରତିଭା ସମ୍ମାନ, ଶିଶୁ ପ୍ରତିଭା ସମ୍ମାନ, ବନମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରୁସ୍କୃତ, ପଦ୍ମ ପୁରସ୍କାର ପ୍ରାପ୍ତ ସ୍ୱର୍ଗତ ଗୁରୁ ରଘୁନାଥ ମହାପାତ୍ରଙ୍କ ଚିତ୍ରଶିଳ୍ପୀ ପ୍ରତିଭା ସମ୍ମାନ, ଶ୍ରୀଜୟଦେବ ସମ୍ମାନ ଆଦି ଅନେକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe