ଛତୁଚାଷରୁ ମାସିକ ୩୦ ହଜାର ରୋଜଗାର କରୁଛନ୍ତି ଅରୁଣା

Advertisment
ଛତୁଚାଷରୁ ମାସିକ ୩୦ ହଜାର ରୋଜଗାର କରୁଛନ୍ତି ଅରୁଣା

ଭେଡ଼େନ : ଭେଡ଼େନ ବ୍ଲକ୍‌ କୁବେଡ଼େଗା ପଞ୍ଚାୟତ ନୂଆପାଲି ଗ୍ରାମର ଜଣେ ଉଦ୍ୟୋଗୀ ମହିଳା ହେଉଛନ୍ତି ଅରୁଣା ପଧାନ (୪୦ ବର୍ଷ)। ବର୍ତ୍ତମାନ ସେ ହଜାରେ ବେଡ୍‌ ଛତୁ ଚାଷ କରି ମାସକୁ ୩୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଆୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

୨୦୧୫ ମସିହାରେ ସେ ପ୍ରଥମେ ଜୟ ମା' ଦୁର୍ଗା ଏସଏଚ୍‌ଜିର ଜଣେ ସଦସ୍ୟା ହୋଇଥିଲେ। ସେ ସମୟରେ ୨ ଲକ୍ଷ ଟଙ୍କା ଋଣ ଆଣି ନିଜେ ଏକ ବେପାର ଆରମ୍ଭ କରିଥିଲେ। ଗୋଟିଏ ବର୍ଷ ମଧ୍ୟରେ ଋଣ ଟଙ୍କା ପରିଶୋଧ କରିଥିଲେ। ସବୁବେଳେ ସେ କିଛି ଶିଖିବା ନେଇ ଆଗ୍ରହ ଥିବାରୁ ତାଙ୍କୁ ଓଡ଼ିଶା ଜୀବିକା ମିସନ ପକ୍ଷରୁ ଭୁବନେଶ୍ୱର ଛତୁ ଚାଷ ପାଇଁ ଟ୍ରେନିଂ ପଠାଇଥିଲେ। ପରେ ସେ ଶିକ୍ଷାଲାଭ କରି ନିଜ ଉଦ୍ୟମରେ ବ୍ୟାଙ୍କରୁ ଋଣ ଆଣି ଏହି ଚାଷ ଆରମ୍ଭ କରିଥିଲେ। ପରେ ଜୀବିକା ମିସନ ପକ୍ଷରୁ ତାଙ୍କୁ ଟ୍ରେନିଂ ଦେଇ ଆଇସିିଆର୍‌ପି ଦାୟିତ୍ବ ମିଳିଥିଲା। ଫଳରେ ସେ ଭେଡେନ, ଅତାବିରା, ବରପାଲି, ବିଜେପୁର ଆଦି ବ୍ଲକକୁ ନୂତନ ଏସ୍‌ଏଚ୍‌ଜି ଗଠନ କରିବା ସହ ଅନେକ ଗ୍ରୁପ୍‌ଗୁଡ଼ିକୁ ମିଶାଇ ଆଞ୍ଚଳିକ ମଞ୍ଚ ଗଠନ କରୁଛନ୍ତି।

ଆଜି ପର୍ଯ୍ୟନ୍ତ ସେ ୩୦ଟି ମଞ୍ଚ ଗଠନ କରି ତାଙ୍କୁ ଟ୍ରେନିଂ ମଧ୍ୟ ଦେଉଛନ୍ତି। ଏଥିରୁ ମଧ୍ୟ ସେ ମାସକୁ ୧୦ ହଜାର ଟଙ୍କା ପାଉଥିବା କହିଛନ୍ତି। ଏହି ବୃତ୍ତି ତାଙ୍କ ପରିବାରର ଅଭାବକୁ ପୂରଣ କରିପାରିଛି। ଜଣେ ସଫଳ ମହିଳା ଭାବରେ ଲୋକେ ତାଙ୍କୁ ଗ୍ରହଣ କରି ଆସୁଛନ୍ତି। ଛତୁ ଚାଷ ତଥା ଆଞ୍ଚଳିକ ମଞ୍ଚ ଗଠନ ମାଧ୍ୟମରେ ସେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେଇ ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe