ରଥ ଉପରେ ଅଘଟଣ: ପୂଜା ପୂର୍ବରୁ ଭାଙ୍ଗିଗଲା ବଡ଼ଠାକୁରଙ୍କ ଅଧର ହାଣ୍ଡି

Advertisment
ରଥ ଉପରେ ଅଘଟଣ: ପୂଜା ପୂର୍ବରୁ ଭାଙ୍ଗିଗଲା ବଡ଼ଠାକୁରଙ୍କ ଅଧର ହାଣ୍ଡି

Photo: Odisha 360

ପୁରୀ: ଅଧରପଣା ଅବସରରେ ଆଜି ରଥ ଉପରେ ଅଘଟଣ ଘଟିଛି। ଆଜି ଶ୍ରୀଜିଉମାନଙ୍କ ପାଇଁ ଅଧର ପଣା ପ୍ରସ୍ତୁତି ଚାଲିଥିବା ବେଳେ ହଠାତ ବଡ଼ଠାକୁରଙ୍କ ଅଧର ହାଣ୍ଡି ଭାଙ୍ଗି ଯାଇଛି। ଫଳରେ ପୂଜା ପୂର୍ବରୁ ପଣା ଢାଳି ହୋଇ ତଳେ ଇଡ଼ି ଯାଇଛି। ଏବଂ ରଥ ଉପରେ ପଣାପାଣି ବୋହି ଯାଇଛି। ଏହି ଅଘଟଣ ପରେ ପୁଣି ଥରେ ନୂଆ ହାଣ୍ଡି ରଖାଯାଇ ପଣା ପ୍ରସ୍ତୁତି କରାଯିବା ପାଇଁ ସେବାୟତମାନେ ଲାଗିପଡ଼ିଛନ୍ତି।

ତେବେ ରଥ ଉପରେ ଏଭଳି ଅଭାବନୀୟ ଘଟଣାକୁ ସେବାୟତ, ଶ୍ରଦ୍ଧାଳୁ ଓ ଭକ୍ତମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ରଥ ଉପରେ ଆଗରୁ ଏଭଳି ଘଟଣା ଘଟିଥିବା ଜଣା ନାହିଁ। ତେଣୁ ଭକ୍ତଙ୍କ ମନରେ ଶଙ୍କା ପଶିଛି। କୋଭିଡ-୧୯ କଟକଣା ପାଇଁ ସୀମିତ ସେବାୟତରେ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ସଂପନ୍ନ ହୋଇଥିବାରୁ ଠାକୁରଙ୍କ ଆକ୍ରୋଶରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଆଲୋଚିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe