ଅନ୍ତର୍ନିହିତ ପ୍ରେରଣାରେ ଆଶୁତୋଷ ଆଙ୍କୁଛନ୍ତି ତାଳପତ୍ର ଓ ପଟ୍ଟଚିତ୍ର

Advertisment
ଅନ୍ତର୍ନିହିତ ପ୍ରେରଣାରେ ଆଶୁତୋଷ ଆଙ୍କୁଛନ୍ତି ତାଳପତ୍ର ଓ ପଟ୍ଟଚିତ୍ର

Sambad

ଖୋର୍ଦ୍ଧା: କଳା ଜନ୍ମଜାତ ବୋଲି କଥିତ। ନିକଟରେ ୧୦ମ ଶ୍ରେଣୀର ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଆଶୁତୋଷ ଚୌଧୁରୀଙ୍କ ହାତରେ ଚିତ୍ରିତ ସୁନ୍ଦର ପଟ୍ଟ ଓ ତାଳପତ୍ର ଚିତ୍ରକୁ ଦେଖିଲେ ଏହି ଆପ୍ତ ବଚନ ସ୍ୱତଃ ପ୍ରମାଣିତ ହୋଇଯାଏ। ଖୋର୍ଦ୍ଧାର ସେଭେନ୍ଥ ଡେ ଆଡଭେଣ୍ଟିଷ୍ଟ ଉଚ୍ଚ ମାଧ୍ୟମିକ ସ୍କୁଲର ଛାତ୍ର ତଥା ଖୋର୍ଦ୍ଧା ଶ୍ରୀରାମ ନଗରର ଶରତଚନ୍ଦ୍ର ଚୌଧୁରୀ ଓ ରଞ୍ଜିତା ସାହୁଙ୍କ ପୁତ୍ର ଆଶୁତୋଷ ଛୋଟ ବେଳୁ ହିଁ ଏହି ପଟ୍ଟଚିତ୍ର ଓ ତାଳପତ୍ରରେ ଚିତ୍ର ଆଙ୍କିବାର ଝୁଙ୍କ ରହିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଆଶୁତୋଷଙ୍କ ଏହି କଳା ପଛରେ କୌଣସି ଗୁରୁଙ୍କ ପ୍ରଶିକ୍ଷଣ ନାହିଁ, କେବଳ ଅନ୍ତର୍ନିହିତ ପ୍ରେରଣା ହିଁ ରହିଛି। ମାଆ ରଞ୍ଜିତାଙ୍କ କହିବାନୁସାରେ, ୫ ବର୍ଷ ବୟସରୁ ଆଶୁତୋଷ କାନ୍ଥବାଡ଼ରେ ଦେବାଦେବୀଙ୍କ ଚିତ୍ର ଆଙ୍କିବା ଆରମ୍ଭ କରିଥିଲା। ଖାଲି ସମୟରେ ସେ ଖେଳାଖେଳି କରେ ନାହିଁ।

ମନ୍ଦିରକୁ ଗଲେ ମନ୍ଦିର ଗାତ୍ରର ଫଟୋ ମୋବାଇଲରେ ଉଠାଇ ଆଣେ ଓ ତାକୁ ଦେଖି ଘରେ ଚିତ୍ର ଆଙ୍କେ। ୟୁଟ୍ୟୁବ୍, ବିଭିନ୍ନ ଫଟୋଚିତ୍ରରେ ଦେବାଦେବୀଙ୍କ ଚିତ୍ର ଦେଖି ସେ ଆଙ୍କିବା ଅଭ୍ୟାସ କରେ। ସମୟ ସମୟରେ ସେ ପୁରୀ ଯାଇ ସେଠାର ପଟ୍ଟଚିତ୍ର ଆଦି କିଣି ଆଣି ତଦନୁରୂପ ଆଙ୍କିବା ଅଭ୍ୟାସ କରୁଥିଲା। ବର୍ତ୍ତମାନ ଆଶୁତୋଷ ଜଣେ ଅଭିଜ୍ଞ ଚିତ୍ରଶିଳ୍ପୀ ଭଳି ଚିତ୍ର ଆଙ୍କି ପାରୁଛି। ଦୁଇଦିନ ପୂର୍ବେ ସେ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏକ ପଟ୍ଟଚିତ୍ର ଓ ସାରାଳାଦାସଙ୍କ ମହାଭାରତର କଥାବସ୍ତୁକୁ ନେଇ ତାଳପତ୍ରରେ ଆଙ୍କିଥିବା ତାଳପତ୍ର ଖୋଦେଇ ଚିତ୍ରକୁ ରାଜଭବନରେ ରାଜ୍ୟପାଳ ଗଣେଶୀଲାଲଙ୍କୁ ଭେଟି ଉପହାର ଦେଇଛନ୍ତି। ରାଜ୍ୟପାଳ ମଧ୍ୟ ଏଭଳି କମ୍ ବୟସରୁ ଏଭଳି ଚିତ୍ର ଆଙ୍କିବା ଦେଖି ଉତ୍ତୋରୋତ୍ତର ଉନ୍ନତି ପାଇଁ ଆଶୀର୍ବାଦ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe