ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ସଦର ଥାନା ଏଏସ୍‌ଆଇ, ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ

Advertisment
ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

adaderana.lk

କେନ୍ଦ୍ରାପଡା: ୭ ହଜାର ଟଙ୍କା ଲାଞ୍ଚ ନେଲାବେଳେ କେନ୍ଦ୍ରାପଡା ସଦର ଥାନା ଏଏସ୍‌ଆଇ ପୃଥ୍ୱୀରାଜ ମିଶ୍ରଙ୍କୁ କେନ୍ଦ୍ରାପଡା ଭିଜିଲାନ୍ସ ଟିମ ଗିରଫ କରିଛି। କୋରୁଆ ଗ୍ରାମର ମିହିର ଲେଙ୍କାଙ୍କ ନାମରେ ଥିବା ଏକ ମିଛ ମାମଲାର ଦଫା କମ କରିଦେବା ପାଇଁ ଏଏସ୍‌ଆଇ ମିଶ୍ର ଏହି ଟଙ୍କା ନେଉଥିଲେ। ମିହିରଙ୍କ ନାମରେ ଥିବା ୩୦୭ ଦଫାକୁ କାଟି ୧୦୭ କରି ଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ ଏଏସ୍‌ଆଇ ମିଶ୍ର। ପ୍ରଥମ ପର୍ଯ୍ୟାୟରେ ୩ ହଜାର ଟଙ୍କା ନେଇଥିବା ବେଳେ ଆଜି ନିଜ ମଧ୍ୟସ୍ତି ଜରିଆରେ ଅବଶିଷ୍ଟ ୭ ହଜାର ଟଙ୍କା ନେଉଥିଲେ।

ତେବେ ଏହି ଘଟଣାରେ ସଂପୃକ୍ତ ମଧ୍ୟସ୍ତି ବିଜୟ କୁମାର ବେହେରାକୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି। ଉଭୟଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି। ଭିଜିଲାନ୍ସ ଟିମ ଏଏସ୍‌ଆଇ ପୃଥ୍ୱୀରାଜ ମିଶ୍ରଙ୍କ ସରକାରୀ କ୍ୱାଟର ଉପରେ ମଧ୍ୟ ଚଢ଼ାଉ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe