କର୍ତ୍ତବ୍ୟରେ ଅବହେଳା: ଏଏସଆଇ ନିଲମ୍ବିତ

Advertisment

ଭୁବନେଶ୍ୱର ଫେରନ୍ତା ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପ୍ରବେଶ କରିବାକୁ ଅନୁମତି ଦେବା ମହାଙ୍ଗା ପଡିଲା

ଭୁବନେଶ୍ୱର ଫେରନ୍ତା ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପ୍ରବେଶ କରିବାକୁ ଅନୁମତି ଦେବା ମହାଙ୍ଗା ପଡିଲା

କର୍ତ୍ତବ୍ୟରେ ଅବହେଳା: ଏଏସଆଇ ନିଲମ୍ବିତ

ଘୁ.ଉଦୟଗିରି:  ଭୁବନେଶ୍ୱର ଫେରନ୍ତା ଜଣେ ବ୍ୟାଙ୍କ ମ୍ୟାନେଜେରଙ୍କୁ ଅନୁକମ୍ପା ଦେଖେଇ କନ୍ଧମାଳ ସୀମା ପାର କରେଇ ଘୁ.ଉଦୟଗିରି ସହରକୁ ପ୍ରବେଶ ନିମନ୍ତେ ଅନୁମତି ଦେବା ମହାଙ୍ଗା  ପଡ଼ିଛି କର୍ତବ୍ୟରତ ଜଣେ ଏଏସଆଇଙ୍କୁ। କର୍ତ୍ତବ୍ୟରେ ଅବହେଳା ପାଇଁ  ଉକ୍ତ ଏଏସଆଇଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି କନ୍ଧମାଳ ଏସପି ପ୍ରତୀକ ସିଂ।

ପ୍ରାପ୍ତ ସୂଚନାନୁସାରେ ସ୍ଥାନୀୟ ସହରର ଏକ ଜାତୀୟ ବ୍ୟାଙ୍କର ଶାଖା ପରିଚାଳକ ନିଜ କାର ଯୋଗେ ଗତ ୫ତାରିଖ ଦିନ ଘୁ.ଉଦୟଗିରିରୁ ଭୁବନେଶ୍ୱର ଯାଇଥିଲେ। ନିଜ ପରିବାର ସେଠାରେ ରହୁଥିବା ଯୋଗୁଁ ସେ ସେଠାରେ ରହି ଛୁଟି କାଟି ୧୫ତାରିଖ ଦିନ ପରେ ଫେରିଥିଲେ। ୧୫ତାରିଖ ଦିନ ୧୦.୩୦ମିନିଟ ସମୟରେ କନ୍ଧମାଳ ସୀମା କଳିଙ୍ଗା ଠାରେ ଲାଗିଥିବା ନାକା ପାର ହୋଇଥିଲେ। ଉକ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ପାଖରେ କୌଣସି ପାସ ନ ଥିଲା। ସେଠାରେ କର୍ତ୍ତବ୍ୟରତ ଏଏସଆଇ ଜହରଲାଲ ନାୟକ  ଉକ୍ତ ବ୍ୟାଙ୍କ ମ୍ୟାନେଜେରଙ୍କୁ ଘୁ.ଉଦୟଗିରି ସହରରେ ପ୍ରବେଶ କରିବା ନିମନ୍ତେ ଅନୁମତି ଦେଇଥିଲେ। କର୍ତ୍ତବ୍ୟରତ ପୋଲିସ ଫୋର୍ସ ପ୍ରବେଶ କରିବା ନିମନ୍ତେ ବାରଣ କରିଥିଲେ। ହେଲେ ଏଏସଆଇ କାହା କଥା ନ ଶୁଣି ଛାଡ଼ିଦେଇଥିଲେ।

publive-image

ବ୍ୟାଙ୍କ ମ୍ୟାନେଜେର ଭୁବନେଶ୍ୱରରେ ୧୦ ଦିନ ରହି ଘୁ.ଉଦୟଗିରି ସହରକୁ ଆସି ପୁଣି ବ୍ୟାଙ୍କରେ ନିଜ କୋଠରୀରେ ବସି କାର୍ଯ୍ୟ କରୁଥିବା ଖବର କନ୍ଧମାଳ ଜିଲ୍ଳାପାଳ ଏବଂ ଏସପିଙ୍କ ପାଖରେ ପହଁଚିବା ପରେ ତନା ଘନା କରିଥିଲେ। ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଉକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ କହିଥିଲେ। ହେଲେ ବ୍ୟାଙ୍କ ମ୍ୟାନେଜେର କାହା କଥାକୁ ଖାତିର ନ କରି ୧୬ତାରିଖ ଦିନ ପୁନର୍ବାର ବ୍ୟାଙ୍କକୁ ଆସି ନିଜ କୋଠରୀରେ ବସି କାର୍ଯ୍ୟ କରିବାରେ ଲାଗିଲେ। ଏହି ଖବର ପାଇ ପୋଲିସ ଏବଂ ପ୍ରଶାସନ ବ୍ୟାଙ୍କରେ ପହଂଚି ବ୍ୟାଙ୍କ ମ୍ୟାନେଜରଙ୍କୁ ସ୍ଥାନୀୟ ଅସ୍ଥାୟୀ ମେଡ଼ିକାଲ କ୍ୟାମ୍ପକୁ ନେଇ ସେଠାରେ ରଖିଥିଲେ। ଏହି ଘଟଣା ପ୍ରଘଟ ହେବା ପରେ କନ୍ଧମାଳ ଏସପି ତଦନ୍ତ ଆରମ୍ଭ କରିଥିଲେ ଏବଂ ଦୋଷୀ ଏଏସଆଇ ଜହରଲାଲ ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe