ସୁନ୍ଦରଗଡ଼ରେ ବିଧାନସଭା ଏଥିକ୍ସ କମିଟି  

Advertisment
ସୁନ୍ଦରଗଡ଼ରେ ବିଧାନସଭା ଏଥିକ୍ସ କମିଟି  

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବିଧାନସଭା ଏଥିକ୍ସ କମିଟି। ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ନେତୃତ୍ବରେ ସନ୍ଧ୍ୟାରେ ସ୍ଥାନୀୟ ପ୍ରଦକ୍ଷିଣ ଗୃହରେ ପହଞ୍ଚିଥିବା ଏହି କମିଟିରେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ନର୍ଲା ବିଧାୟକ ଭୂପିନ୍ଦର ସିଂହ, ରାଉରକେଲା ବିଧାୟକ ସାରଦାପ୍ରସାଦ ନାୟକ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ପ୍ରମୁଖ ରହିଛନ୍ତି। କମିଟି ଜନପ୍ରତିନିଧି ଓ ସାଧାରଣ ଲୋକଙ୍କ ସହ ପ୍ରଶାସନର ସମ୍ପର୍କ ଉପରେ ଅନୁଧ୍ୟାନ କରିବେ। ବିଶେଷ କରି ସାଧାରଣଲୋକଙ୍କ ଅଭିଯୋଗକୁ ପ୍ରଶାସନ କେତେ ଗୁରୁତ୍ବ ଦେଉଛି, ସେ ସମ୍ପର୍କରେ ନିରୀକ୍ଷଣ କରିବେ। ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ସଦଭାବନା ଭବନରେ କମିଟି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe