କନ୍ଧମାଳରେ ବିଧାନସଭା ଉପବାଚସ୍ପତି ସମ୍ବର୍ଦ୍ଧିତ

କନ୍ଧମାଳରେ ବିଧାନସଭା ଉପବାଚସ୍ପତି ସମ୍ବର୍ଦ୍ଧିତ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସଭାପତି ସନ୍ତୋଷ ଦାସଙ୍କ ସଭାପତିତ୍ବରେ ରାଇକିଆ ସ୍ଥିତ ସ୍ଵସ୍ତିକ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ବିଧାନସଭା ଉପବାଚସ୍ପତି ସାଲୁଗା ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ମାନ୍ୟବର ଉପବାଚସ୍ପତିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ବରିଷ୍ଠ ସାମ୍ବାଦିକଙ୍କ ତରଫରୁ ଉପବାଚସ୍ପତିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସଙ୍ଘର କୋଷଧକ୍ଷ ସୁବାସ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚାସୀନ ବରିଷ୍ଠ ସାମ୍ବାଦିକ ନିର୍ଭୀକ ସାମ୍ବାଦିକତା ଓ ସଂଘକୁ ସଙ୍ଗଠିତ କରିବା ସହ ସାମ୍ବାଦିକମାନଙ୍କ ସୁରକ୍ଷା ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହି ପରିପ୍ରେକ୍ଷୀରେ ଦୈନିକ ‘ସମ୍ବାଦ’ର ପ୍ରତିନିଧି ସମୀର ପାଢ଼ୀ ନିଜ ବକ୍ତବ୍ୟରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଘୁ. ଉଦୟଗିରି, ଦାରିଙ୍ଗିବାଡି, ବାଲିଗୁଡ଼ାରେ ସାମ୍ବାଦିକ ଭବନ ନିମନ୍ତେ ଜମି ଓ ଗୃହ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ  ଦିଆଯାଇଥିବା ଅନୁରୋଧ ପତ୍ରର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ ଓ ଉତ୍କଳ ସାମ୍ବାଦିକ ସଂଘକୁ ସୁଦୃଢ଼ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ଉପବାଚସ୍ପତି ନିଜ ବକ୍ତବ୍ୟରେ ସାମ୍ବାଦିକଙ୍କୁ ପ୍ରସଂଶା କରିବା ସହ ନିର୍ଭୀକ ସାମ୍ବାଦିକତା ସହ ସତ୍ୟ ଉପରେ ଆଧାରିତ ସମ୍ବାଦ ପରିବେଷଣ କରିବା ପାଇଁ ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ସଂଘ ନିମନ୍ତେ ସାମାଜିକ କଲ୍ୟାଣ ପାଣ୍ଠି କମିଟି ଗଠନ କରାଯାଇ ବରିଷ୍ଠ ସାମ୍ବାଦିକ ସମୀର କୁମାର ପାଢ଼ୀ, ସମ୍ବାଦ ଖବର କାଗଜ ର ଘୁ. ଉଦୟଗିରି ପ୍ରତିନିଧି ଙ୍କୁ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଫିଲୀମନ ନାୟକ, ସମୀର କୁମାର ପାଢ଼ୀ, ସତ୍ୟ ନାରାୟଣ ପାଢ଼ୀ, ଗଞ୍ଜାମ ଜିଲ୍ଲା ସଭାପତି ଅନିଲ ପଟ୍ଟନାୟକ, ଭଞ୍ଜନଗର ସଂଘ ସଭାପତି ଅମରେନ୍ଦ୍ର ପଟ୍ଟନାୟକ, ବି ଭି ଶଙ୍କର, ମଞ୍ଚାସୀନ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ୧୨ ଟି ବ୍ଲକ ରେ ଥିବା ଉତ୍କଳ ସାମ୍ବାଦିକ ସଂଘର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ। ଶେଷରେ ସାମ୍ବାଦିକ ଆଶୁତୋଷ ସାହୁ ଧନ୍ୟବାଦ ଦେଇଥିବା ବସନ୍ତ ବେହେରା, ଉତ୍ତମ ଦିଗାଲ, ପ୍ରଭାତ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe