Image Courtesy of NDTV
ଢେଙ୍କାନାଳ: ଟାଉନଥାନା ୫୫ ନମ୍ବର ଜାତୀୟ ରାଜପଥ ମହିଷାପାଟ ସିନର୍ଜି ଇଞ୍ଜିନିୟରିଂ କଲେଜ ନିକଟରେ ଟ୍ରକ ଧକ୍କାରେ ଜଣେ ଆସିଷ୍ଟାଣ୍ଡ ଇଂଜିନିୟରିଂଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଢେଙ୍କାନାଳ ଏଲ ଆଇ କାର୍ଯ୍ୟାଳୟର ମେରାମୁଣ୍ଡଳି ସେକ୍ସନ ଆସିଷ୍ଟାଣ୍ଡ ଇଂଜିନିୟର ଅଫିସରୁ ସହର ଆଡେ ବୁଲେଟ ଯୋଗ ଯାଉଥିବାବେଳେ ସମ୍ମୁଖରୁ ଏକ ଟ୍ରକ ଆସି ଧକ୍କା ଦେଇଥିଲା। ତାଙ୍କୁ ଟାଉନ ପିସିଆର ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରି ଥିଲେ। ହେଲେ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତକ ଶିଶି କାନ୍ତ ପଣ୍ଡା ଭଦ୍ରକ ଜିଲ୍ଲା ଅପର୍ତ୍ତିବିନ୍ଦା ଗ୍ରାମର ବୋଲି ଏଲଆଇ କାର୍ଯ୍ୟାଳୟର କର୍ମଚାରିମାନେ ସୂଚନା ଦେଇଛନ୍ତି।
Follow Us