ଜେଏସ୍‌ଡବ୍ଲୁ ଭୂଷଣ ପ୍ଲାଣ୍ଟର ଆସିଷ୍ଟାଣ୍ଟ ମ୍ୟାନେଜର ଜଳପ୍ରପାତରେ ବୁଡ଼ି ନିଖୋଜ

Advertisment
ଜେଏସ୍‌ଡବ୍ଲୁ ଭୂଷଣ ପ୍ଲାଣ୍ଟର ଆସିଷ୍ଟାଣ୍ଟ ମ୍ୟାନେଜର ଜଳପ୍ରପାତରେ ବୁଡ଼ି ନିଖୋଜ

ବାମରା: ଝାରସୁଗୁଡ଼ାସ୍ଥିତ ଜେଏସ୍‌ଡବ୍ଲୁ ଭୂଷଣ ପ୍ଲାଣ୍ଟରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଶିବା ସାଇ (୨୩) କୁଚିଣ୍ଡା ଗୁଦଗୁଦା ଜଳପ୍ରପାତରେ ବୁଡ଼ି ନିଖୋଜ ହୋଇଥିବା ଜଣାଯାଇଛି। ଆନ୍ଧ୍ରପ୍ରଦେଶ ରାଜ୍ୟର ଶିବା ସାଇ ଗୁରୁବାର ସଂଧ୍ୟାରେ ନିଜର କେତେକ ସହକର୍ମୀଙ୍କ ସହିତ କୁଚିଣ୍ଡା ଅଞ୍ଚଳର ଗୁଦଗୁଦା ଜଳପ୍ରପାତ ବୁଲିବାକୁ ଆସିଥିଲେ। ସେ ଜଳପ୍ରପାତର ପାଣି ଭିତରକୁ ପଶିଥିବା ବେଳ ଗୋଡ଼ ଖସି ଯାଇଥିଲା। ଫଳରେ ସେ ଗଭୀର ପାଣିରେ ନିଖୋଜ ହୋଇଯାଇଥିଲେ।

ତାଙ୍କ ସହକର୍ମୀଙ୍କଠାରୁ ଖବର ପାଇ ମହୁଲପାଲି ଥାନା ଏସ୍‌ଆଇ ଦିଲ୍ଲୀପ ବେହେରା ଓ କୁସୁମୀ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ ଅନ୍ୟ କର୍ମଚାରୀଙ୍କ ସହ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଏସ୍‌ଆଇ ଶ୍ରୀ ବେହେରା ନିଜେ ଅକ୍ସିଜେନ ସିଲିଣ୍ଡର ବ୍ୟବହାର କରି ଯୁବକର ଅନୁସନ୍ଧାନ କରିବା ପାଇଁ ପାଣି ଭିତରକୁ ଡେଇଁ ଖୋଜାଖୋଜି କରିଥିଲେ। ପରେ କୁଚିଣ୍ଡା ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ସର୍ଚ୍ଚ ଅପରେସନ ଚଳାଇଥିଲେ। ବହୁ ସମୟ ଧରି ଖୋଜାଖୋଜି କରିବା ପରେ ବି ତାଙ୍କୁ ପାଇନଥିଲେ। ପରେ ଅନ୍ଧାର ହୋଇଯିବାରୁ ଖୋଜିବା ଆଉ ସମ୍ଭବ ହୋଇନଥିଲା। ଶୁକ୍ରବାର ସକାଳୁ ପୁଣି ସର୍ଚ୍ଚ ଅପରେସନ ଜାରି ହେବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଏ ନେଇ ଶିବାଙ୍କ ପରିବାର ବର୍ଗଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe