ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ୧୨ଦିନ ପାଇଁ ଗଲେ ବିଚାର ବିଭାଗୀୟ ହାଜତ

ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଚାକିରି ଘଟଣା: ସୁପରଭାଇଜରଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡାଦେଶ

Image Courtesy of India Today

ଜୟପୁର: ଗତକାଲି ସଂଧ୍ୟାରେ ୨୦ହଜାର ଟଙ୍କା ଲାଂଚ ନେଇ ଭିଜିଲାନସ୍ ହାତରେ ଧରାପଡ଼ିଥିଲେ ଟାଟା ପାୱର ସାଉଥର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସଓଡିଏଲ), ଏସଡିଓ କାର୍ଯ୍ୟାଳୟ(ଷ୍ଟୋର)ର ସହକାରୀ ଯନ୍ତ୍ରୀ କେ.ଶ୍ରୀନିବାସ ପାତ୍ର। ଲ୍ୟାଡ଼ର ମ୍ୟାନ ଚାକିରି କରାଇ ଦେଇଥିବାରୁ ଏହି ଟଙ୍କା ନେଉଥିବା ବେଳେ ତାଙ୍କ କାର୍ଯ୍ୟାଳୟ ଉପରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା କୋରାପୁଟ ଭିଜିଲାନସ୍ । ଆଜି ଶ୍ରୀ ପାତ୍ରଙ୍କୁ ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ କୋର୍ଟକୁ ଭିଜିଲାନସ୍ ପକ୍ଷରୁ ଚାଳାଣ କରାଯାଇଥିଲା। ଶ୍ରୀ ପାତ୍ରଙ୍କୁ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତରେ ରହିବାକୁ ନିର୍ଦେଶ ଦିଆଯାଇଛି। ଶ୍ରୀପାତ୍ରଙ୍କ ଆଇନଜୀବୀ ତାଙ୍କ ପାଇଁ ଜାମିନ୍ ଆବେଦନ ଦାଖଲ କରିଥିବା ବେଳେ ଏହାର ଶୁଣାଣୀ ୨୩ତାରିଖ ଦିନ ରହିଥିବା କହିଚନ୍ତି ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପି.ବାଲାଜୀ ରାଓ।

ସୂଚନା ଅନୁଯାୟୀ, ପୁରୁଷତି ଭୁମିଆ ପୂର୍ବରୁ ଟିପିଏସଓଡିଏଲରେ ଆଉଟସୋର୍ସିଂରେ ସିକ୍ୟୁରିଟି ଗାର୍ଡ (ସୁରକ୍ଷାକର୍ମୀ) ଭାବେ କାମ କରୁଥିଲେ। ଏ ସମୟରେ ଶ୍ରୀ ପାତ୍ରଙ୍କ ସହ ପୁରୁଷତିର ଦେଖାସାକ୍ଷାତ ହୋଇଥିଲା। ବିଭାଗରେ ଲ୍ୟାଡରମ୍ୟାନ୍ ଚାକିରି କରାଇଦେବାକୁ ଶ୍ରୀ ପାତ୍ର ପୁରଷତି ସହ କଥାବାର୍ତ୍ତା କରିଥିଲେ। ଏଥି ପାଇଁ ତାଙ୍କୁ ୨୦ହଜାର ଟଙ୍କା ଲାଂଚ ମାଗିଥିଲେ ଶ୍ରୀ ପାତ୍ର। ତାଙ୍କ ଦରମା ମିଳିବା ପରେ ପୂର୍ବ ନିଷ୍ପତିକ୍ରମେ ୨୦ହଜାର ଟଙ୍କା ଦେବାକୁ ଶ୍ରୀ ପାତ୍ର କହିଥିଲେ। ପୁରଷତି ଟଙ୍କା ଦେବା ପୂର୍ବରୁ ଭିଜିଲାନସ୍ ସହ କଥାବାର୍ତ୍ତା କରିଥିଲେ।

ଗତକାଲି ସଂଧ୍ୟାରେ ଶ୍ରୀ ପାତ୍ର ତାଙ୍କ କାର୍ଯ୍ୟାଳୟରେ ଥିବା ସମୟରେ ପୁରୁଷତି ଭିଜିଲାନସ୍ ଦେଇଥିବା ରାସୟନିକ ବୋଳା ଟଙ୍କା ଦେଇଥିଲେ। ଶ୍ରୀ ପାତ୍ର ଏହି ଟଙ୍କା ନେଇ ନିଜ କାର୍ଯ୍ୟାଳୟରେ ଥିବା ଟେବୁଲ ଡ୍ର ମଧ୍ୟରେ ରଖିଥିଲେ। ପୂର୍ବରୁ ଛପି ରହିଥିବା ଭିଜିଲାନସ୍ ଦଳ ଶ୍ରୀପାତ୍ରଙ୍କୁ ଧରିବା ସହ ଟଙ୍କା ଜବତ କରିଥିଲେ। ଭିଜିଲାନସର ତିନୋଟି ଦଳ ଏହି ଚଢ଼ଉରେ ସାମିଲ ହୋଇଥିଲେ। ଗୋଟିଏ ଦଳ ପାୱରହାଉସ କଲୋନିସ୍ଥିତ ଟିପିଏସଓଡିଏଲ, ଏସଡିଓ କାର୍ଯ୍ୟାଳୟ(ଷ୍ଟୋର), ପାୱାରହାଉସରେ ଥିବା ତାଙ୍କ ଭଡ଼ା ଘର ଓ ଗଂଜାମ ଜିଲ୍ଲାର ଛତ୍ରପୁରସ୍ଥ ବାସଭବନରେ ଚଢ଼ଉ କରାଯାଇଛି। ତାଙ୍କ କାର୍ଯ୍ୟାଳୟ ଆଲମିରାରୁ ୮୬ହଜାର ୫୧୦ଟଙ୍କା ଏବଂ ଭଡ଼ା ଘରୁ ୪ହଜାର ୮୦୦ଟଙ୍କା ଭିଜିଲାନସକୁ ଯାଂଚ ବେଳେ ମିଳିଛି। ଭିଜିଲାନସ୍ ପକ୍ଷରୁ ତଦନ୍ତ ଜାରି ରହିଥିବାରୁ ଆଉ କଣକଣ ମିଳିଛି ତାହା ସ୍ପଷ୍ଟ ହୋଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe