ରାଇରଙ୍ଗପୁର: ଚଳିତ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହେବା ନିମନ୍ତେ ମୟୂରଭଂଜ ଜିଲ୍ଲା ରାଇରଂଗପୁର ଆସନରେ ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ସୋମବାର ଆଜସୁ ଦଳର ପ୍ରାର୍ଥି ଆନ୍ତା ଆଲୋକ ବାସ୍କେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଂଚି ରିଟର୍ଣିଂ ଅଫିସର ସରୋଜ କୁମାର ଦାସଙ୍କଠାରେ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ସାରସକଣା ନିର୍ବାଚନ ମଣ୍ଡଳିର ପ୍ରାର୍ଥୀ ସମନାଥ ମାଝୀ ରିଟର୍ଣିଂ ଅଫିସର ଦୌଲତ ଚନ୍ଦ୍ରକାରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ଉଭୟ ପ୍ରାଥିଙ୍କର ବହୁ ସମର୍ଥକ ଉପସ୍ଥିତ ଥିଲେ।
ଆଜସୁର ପ୍ରାର୍ଥୀ ଆନ୍ତା ଆଲୋକ ବାସ୍କେ ଓ ସମନାଥ ମାଝୀଙ୍କ ପ୍ରାର୍ଥିପତ୍ର ଦାଖଲ
Advertisment
Follow Us