କେନ୍ଦ୍ର ରେଳ ମନ୍ତ୍ରୀଙ୍କ ରାୟଗଡ଼ା ଗସ୍ତ ୧୭ରେ, ନୂଆ ଡିଭିଜନ୍ ଓ ରେଳ ଭିତ୍ତିଭୂମିର ସମୀକ୍ଷା କରିବେ

Advertisment
ରେଳମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଚିଠି: ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ନାଁରେ ନାମିତ ହେଉ ଖୋର୍ଦ୍ଧାରୋଡ୍‌ ରେଳ ଜଙ୍କସନ୍

ରାୟଗଡ଼ା: ଅଗଷ୍ଟ ୧୭ରେ ରାୟଗଡ଼ା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଗସ୍ତ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇସାରିଥିବାରୁ ସରକାରୀ ଓ ବେସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଭୁବନେଶ୍ବରରୁ ହୀରାଖଣ୍ଡ ଟ୍ରେନ୍ ଯୋଗେ ଆସି ରାୟଗଡ଼ାରେ ପହଞ୍ଚିବା ପରେ ୬ ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି। ରହଣି ମଧ୍ୟରେ ରାୟଗଡ଼ା ନୂଆ ଡିଭିଜନର ଅଗ୍ରଗତି, ନୂଆ ରେଳ ଭିତ୍ତିଭୂମି ସଂପର୍କରେ ଶ୍ରୀ ବୈଷ୍ଣବ ସମୀକ୍ଷା କରିବେ। ସେହିପରି ବିଜେପି ଦଳୀୟ କର୍ମୀଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ପରେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅଶ୍ବିନୀ ବୈଷ୍ଣବ ମୋଦିଙ୍କ ଟିମରେ ରେଳ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

ଦାୟିତ୍ବ ଗ୍ରହଣ ପରେ ଓଡ଼ିଶାର ବିଭିନ୍ନ ରାଜନୈତିକ ନେତୃବୃନ୍ଦ, ସାଂସଦ, ବିଧାୟକ ଅଶ୍ବିନୀଙ୍କୁ ସାକ୍ଷାତ କରି ରେଳ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାକୁ ସୁଦୃଢ଼ କରିବାକୁ ଆଲୋଚନା କରିଛନ୍ତି। ଦକ୍ଷିଣ ଓଡ଼ିଶା ବହୁ ବର୍ଷ ଧରି ରେଳ ବଜେଟରେ ଅବହେଳାର ଶିକାର ହୋଇ ଆସୁଥିବାରୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ନବରଙ୍ଗପୁର ସାଂସଦ ରମେଶ ମାଝୀ, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ପ୍ରମୁଖ ଅଶ୍ବିନୀଙ୍କୁ ସାକ୍ଷାତ ସମୟରେ ଅବଗତ କରିଥିଲେ। ଫଳରେ ପ୍ରଥମ ଓଡ଼ିଶା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଅବିଭକ୍ତ କୋରାପୁଟ ଗସ୍ତରେ ଆସୁଛନ୍ତି।

ହୀରାଖଣ୍ଡ ଟ୍ରେନ୍ ମାଧ୍ୟମରେ ଅଶ୍ବିନୀ ରାୟଗଡ଼ାରେ ପହଞ୍ଚିବା ପରେ ୨୦୧୯ ନିର୍ବାଚନ ପୂର୍ବରୁ ଘୋଷଣା ହୋଇଥିବା ନୂଆ ରେଳ ଡିଭିଜନର ସ୍ଥିତି ସମୀକ୍ଷା କରିବେ। ଅନୁଦାନ ଅଭାବରୁ ଘୋଷଣାର ୨ ବର୍ଷ ପରେ ମଧ୍ୟ ନୂଆ ଡିଭିଜନ୍ କାର୍ଯ୍ୟକାରୀ ହୋଇନଥିବା ବେଳେ ଗୁଣପୁର-ଥେରୁବାଲି ରେଳ ଲାଇନ୍ ସଂପ୍ରସାରଣ ଅନିଶ୍ଚିତତା ଭିତରେ ରହିଛି। ଅବିଭକ୍ତ କୋରାପୁଟର ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ନୂଆ ରେଳ ଲାଇନର ଅଗ୍ରଗତି ମଧ୍ୟ ଆଖିଦୃଶିଆ ହୋଇନି। ଯାହା ଅଶ୍ବିନୀଙ୍କ ଫୋକସରେ ରହିବ। ୧୭ ଅପରାହଣରେ କେନ୍ଦ୍ର ମନ୍ତ୍ରୀ ରାୟଗଡ଼ାରେ ସମୀକ୍ଷା ସାରି କୋରାପୁଟ-ନବରଙ୍ଗପୁର ଗସ୍ତରେ ଯାଇ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe