ଦଧିବାମନଙ୍କୁ ଲାଗିହେଲା ଅଟାଶିରା ଭୋଗ

Advertisment
ଦଧିବାମନଙ୍କୁ ଲାଗିହେଲା ଅଟାଶିରା ଭୋଗ

ଭଟଲି: ଭଟଲି ପ୍ରଭୁ ଦଧିବାମନଙ୍କ ମାଉସୀ ମା' ମନ୍ଦିରରେ ଆଜି ମହାପ୍ରଭୁଙ୍କୁ ଅଟାଶିରା ଭୋଗ ଲାଗି କରାଯାଇଥିଲା। ପରେ ଉପସ୍ଥିତ ଥିବା ଭକ୍ତମାନଙ୍କୁ ଭୋଗ ଦିଆଯାଇଥିଲା। ମନ୍ଦିରରେ ଶ୍ରୀଜିଉଙ୍କୁ ଭକ୍ତମାନେ ତାଙ୍କର ମନସ୍କାମନାପୂର୍ଣ୍ଣ ପାଇଁ ମଙ୍ଗଳ ଆଳତି ପ୍ରଦାନ କରିଥିଲେ। ଦୈନିକ ପୂଜାନୀତି, ସକାଳ ଓ ମଧ୍ୟାହ୍ନରେ ଧୂପ ନୀତି ଶେଷ ହେବା ପରେ ଭାଗବତ ପୁରାଣର ରାମ ପନଚାଧ୍ୟାୟୀ (ରାସଲୀଳା) ପାରାୟଣ କରାଯାଇଥିଲା। ସନ୍ଧ୍ୟାରେ ନବଗୁଞ୍ଜର ଯାତ୍ରା ମହୋତ୍ସବ ଆରମ୍ଭ ହୋଇଥିଲା।

ଏଥିରେ ନାରାୟଣ ସାହୁ, ନିତ୍ୟାନନ୍ଦ ପଧାନ, ଚତୁର୍ଭୁଜ ସାହୁ, ସରୋଜ ସାହୁ, କିଶୋର ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସ୍ବଧର୍ମ ଚେତନାର ପ୍ରଭୁଦାଶ ଅନନ୍ତ ଚରଣ ମହାରାଜଙ୍କ ଦ୍ବାରା ଶ୍ରୀହରି କଥାମୃତ ଅନୁଷ୍ଠିତ ହୋଇଥିଲା। କଳା ପ୍ରଦର୍ଶନ କରିଥିବା ସାଂସ୍କୃତିକ ଦଳମାନଙ୍କୁ ନବଗୁଞ୍ଜର ଯାତ୍ରା କମିଟି ପକ୍ଷରୁ ଦଧିବାମନ ମହାପ୍ରଭୁଙ୍କ ଫଟୋଚିତ୍ର ସ୍ମାରକ ଭାବରେ ପ୍ରଦାନ କରାଯାଇଥିଲା। ଏଥିରେ ନବଗୁଞ୍ଜର ଯାତ୍ରା କମିଟିର ସଭାପତି ଈଶ୍ୱର ଚନ୍ଦ୍ର ସାହୁ, ଉପ ସଭାପତି କାହ୍ନୁ ଅଗ୍ରୱାଲ, ସମ୍ପାଦକ ମାଧବ ପ୍ରସାଦ ସାହୁ, କୃଷ୍ଣମୋହନ ସାହୁ, ହରି ବନଛୋର, ଭୀମ ନାୟକଙ୍କ ସମେତ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe