ଏଟିଏମ୍ ଲୁଟେରା ଗିରଫ

Advertisment
ଏଟିଏମ୍ ଲୁଟେରା ଗିରଫ

ଖୋର୍ଦ୍ଧା: ୨୬ ତାରିଖ ବିଳମ୍ବିତ ରାତିରେ ବୋଲଗଡ଼ରେ ଥିବା ଏକ ଏସବିଆଇ ଏଟିଏମରୁ ଲୁଟ କରିବାକୁ ଉଦ୍ୟମ କରିଥିବା ଦୁର୍ବୃତ୍ତକୁ ଆଜି ବୋଲଗଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମାମଲାରୁ ପ୍ରକାଶ ଯେ ୨୬ ତାରିଖ ରାତି ପ୍ରାୟ ୧୨ଟା ବେଳେ ଜଣେ ବ୍ୟକ୍ତି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଏଟିଏମ୍ ଲୁଟ କରିବାକୁ ଉଦ୍ୟମ କରିଥିଲା। ଏହି ଘଟଣା ଏଟିଏମରେ ଥିବା ଗୁପ୍ତ କ୍ୟାମେରାରେ ଧରାପଡ଼ିଥିଲା।

ଏନେଇ ଆଜି ସକାଳେ ଏଟିଏମ୍ ଲୋକେସନ ଇନ୍ଚାର୍ଜ ତଥା ବରିଷ୍ଠ ନିର୍ବାହୀ ହରେକୃଷ୍ଣ ମୁଦୁଲି (୨୯) ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏନେଇ ୨୭୫/୨୦୨୩ରେ ଏକ ମାମଲା ରୁଜୁ କରିଥିଲା। ଏଟିଏମରେ ଧରାପଡ଼ିଥିବା ଭିଡ଼ିଓ ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ବୋଲଗଡ଼ ଚୁଡ଼ା ନିକଟ ପଦ୍ମପୁର ଗାଁର ଉମାକାନ୍ତ ସ୍ବାଇଁ ଓରଫ ଶିବ (୩୪) ଏଟିଏମ୍ ଲୁଟ କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଥିଲା। ଆଜି ଉମାକାନ୍ତକୁ ତାଙ୍କ ଘରୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଦିଲୀପ କୁମାର ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe