ସୁନା କିଣୁଥିବାବେଳେ ଧରାପଡିଲା ଏଟିଏମ୍ ଲୁଟେରା

Advertisment
ସୁନା କିଣୁଥିବାବେଳେ ଧରାପଡିଲା ଏଟିଏମ୍ ଲୁଟେରା

ଭଦ୍ରକ: ଭଦ୍ରକରେ ଚଞ୍ଚକତା କରି ଏଟିଏମ କାର୍ଡ ଲୁଟିଲେ ଲୁଟେରା। ତେବେ ସୁନା କିଣିଲାବେଳେ ସିସିଟିଭିରେ ଧରାପଡିଯାଇଛି ଲୁଟେରା । ଘଟଣାରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ସାଵରଙ୍ଗ ଥାନା ଅଧିନ ଭଵାନୀବିନ୍ଧା ଗାଁର ପ୍ରତାପ ଚନ୍ଦ୍ର ମହାନ୍ତି ଗତ ଫେଵୃଆରୀ ମାସର ୯ ତାରିଖରେ ବାରିକଛକ ଷ୍ଟେଟବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ବେଳେ ତାଙ୍କ ଏଟିଏମଟିକୁ ଚଞ୍ଚକତା କରି ତାଙ୍କୁ ପୁରୁଣା ଏଟିଏମ ଦେଇ ତାଙ୍କ ଏଟିଏମକୁ ନେଇଯାଇଥିଲା ଲୁଟେରା। ବାରମ୍ବାର ମୋଵାଇଲକୁ ମେସେଜ ଆସିଵାରୁ ପ୍ରତାପ ବ୍ୟାଙ୍କକୁ ଯାଇ ଦେଖାଇବାରୁ ସେ ଜାଣିବାକୁ ପାଇଲେ ତାଙ୍କ ଆକାଉଣ୍ଟରୁ ୪,୩୯,୦୪୩ ଟଙ୍କା ଉଠାଣ ହୋଇଛି।

publive-image

ତାଙ୍କ ପାଖରେ ଥିବା ଏଟିଏମଟି ମଧ୍ୟ ତାଙ୍କର ନୁହେଁ। ଏନେଇ ସେ ସାଵରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପାଇଲା ପରେ ସାଵରଙ୍ଗ ପୁଲିସର ଏକ ସ୍ବତନ୍ତ୍ର ଟିମ ଯାଞ୍ଚ ଆରମ୍ଭ କରିଥିଲା। ଏହି ଯାଞ୍ଚ ପ୍ରକ୍ରିୟାରେ ଜଣାପଡିଲା ସେହି ଏଟିଏମଟିକୁ ବିଭିନ୍ନ ସୁନା ଦୋକାନ ଭଦ୍ରକ, ଯାଜପୁର ଓ ଭୁବନେଶ୍ୱରରେ ସୁନା କିଣିଲା ବେଳେ ଵ୍ୟଵହାର ହେଉଛି। ପୁଲିସ ସୁନା ଦୋକାନର ସିସିଟିଭି ଯାଞ୍ଚରୁ ଜଣାପଡିଲା।

ଅଭିଯୁକ୍ତ ଜଣକ ଦୋଳସାହିର ନୂଆଶାସନର ଚିତ୍ତରଞ୍ଜନ ପାଣିଗ୍ରାହୀ। ତାକୁ ସାଵରଙ୍ଗ ପୁଲିସ ଗିରଫ କରିବା ସହ ତାଠାରୁ ଗୋଟିଏ ସୁନା ଚେନ,  ଦୁଇଟି ସୁନା କାନଫୁଲ, କିଣା ହୋଇଥିବା ପୁରୁଣା କାର, ନଗଦ ୩୩ହଜାର ଟଙ୍କା, ମୋଵାଇଲ ଫୋନ ଜଵତ କରିବା ସହ ତାକୁ ଗିରଫ କରି ଆଜି ପୁଲିସ କୋର୍ଟ ଚାଲାଣ କରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe