ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ, ଦାଦାର ଟାଙ୍ଗିଆ ଚୋଟରେ ଗଲା ପୁତୁରା ଜୀବନ

Advertisment
ବୃଦ୍ଧ ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ

The Express Tribune

ବୌଦ୍ଧ/ହରଭଙ୍ଗା/ଗୁଣପୁର: ସ୍ୱାମୀ ସ୍ତ୍ରୀଙ୍କ ବଚସାର କରୁଣ ପରିଣତି। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଗଣ୍ଡାପାଜୁ ଗ୍ରାମରେ ଶନିବାର ସକାଳ ସାଢେ ସାତଟାରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଥାକୁ ନେଇ ସ୍ବାମୀ ସ୍ତ୍ରୀ ଭିତରେ ସାମାନ୍ୟ ବଚସାକୁ ନେଇ କିଶୋରୀ ନାଏକ ନାମକ ବ୍ୟକ୍ତି ସ୍ତ୍ରୀ ଦୁର୍ଲଭା ନାଏକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ପାଟିତୁଣ୍ଡ ଶୁଣି ପଡ଼ୋଶୀ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ତେବେ ଲୋକଙ୍କୁ ଟାଙ୍ଗିଆ ଦେଖାଇ ଭୟଭୀତ କରାଇବାରୁ କେହି ଦୁର୍ଲଭାଙ୍କୁ ଉଦ୍ଧାର କରିବାକୁ ପାଖକୁ ଆସି ପାରିନଥିଲେ ।

ଗ୍ରାମବାସୀଙ୍କଠାରୁ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ସେହିପରି ରାୟଗଡା ଗୁଣପୁରରେ ଦାଦାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ ହୋଇଯାଇଛି । ଘଟଣା ଘଟିଛି ଗୁଣପୁର ଥାନା ସିରିଝୋଲି ଗ୍ରାମରେ । ଘଟଣାସ୍ଥଳରେ ପୁତୁରା ଏସ୍ ରମେଶର ମୃତ୍ୟୁ ହୋଇଯାଇଥିବାବେଳେ ହତ୍ୟାକାରି ଦାଦା ଏସ୍ ବୁଡୁକୁ ପୁଲିସ୍ ଅଟକ ରଖି ପଚରାଉଚରା କରି ଘଟଣାର ତଦନ୍ତ ଜାରି ରହିଛି। ସାଇଣ୍ଟିଫିକ ଟିମ୍ ଦ୍ୱାରା ତଦନ୍ତ ହେବ ବୋଲି ଜଣାପଡିଛି। ମଦପିଇ ବିଳମ୍ବିତ ରାତ୍ରିରେ ଦାଦା ପୁତୁରା ମଧ୍ୟରେ ଗଣ୍ଡଗୋଳ ହୋଇଥିବାବେଳେ ଆଜି ସକାଳେ ଦାଦାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ ହୋଇଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe