ଜଙ୍ଗଲକୁ ଜାଳେଣି ପାଇଁ ଯାଇଥିଵା ଦୁଇ ବୃଦ୍ଧଙ୍କୁ ଫରେଷ୍ଟ ଗାର୍ଡଙ୍କ ଆକ୍ରମଣ ଅଭିଯୋଗ

Advertisment
ଜଙ୍ଗଲକୁ ଜାଳେଣି ପାଇଁ ଯାଇଥିଵା ଦୁଇ ବୃଦ୍ଧଙ୍କୁ ଫରେଷ୍ଟ ଗାର୍ଡଙ୍କ ଆକ୍ରମଣ ଅଭିଯୋଗ

ଯାଜପୁର: ଫରେଷ୍ଟ ଗାର୍ଡଙ୍କ ମାଡ଼ରେ ଆହତ ହେଲେ ଦୁଇ ବୃଦ୍ଧ ବ୍ୟକ୍ତି | ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ସିଙ୍ଗାଡିଆ ଗ୍ରାମର ପରିକ୍ଷିତ ପାତ୍ର (୬୦)ଓ ରଘୁନାଥ ପାତ୍ର(୫୦)ଙ୍କୁ ସୁକିନ୍ଦା ଫରେଷ୍ଟ ଗାର୍ଡ ପ୍ରଶାନ୍ତ ହେମ୍ବ୍ରମ ମାଡ଼ ମାରି ଗୁରୁତର ଆହତ କରିଥିବାର ଅଭିଯୋଗ କରିଛନ୍ତି | ଆହତ ହୋଇଥିବା ଦୁଇ ବୃଦ୍ଧଙ୍କ କହିବା ଅନୁଯାୟୀ ସେମାନେ ଅଶୋକ ଝର ଜଙ୍ଗଲକୁ ଜାଳେଣି କାଠ ପାଇଁ ଯାଇଥିଲେ।

ଜାଳେଣି କାଠ ଧରି ଘରକୁ ଆସୁଥିବା ବେଳେ ଅଶୋକ ଝର ସ୍କୁଲ ପାଖରେ ଫରେଷ୍ଟ ଗାର୍ଡ ପ୍ରଶାନ୍ତ ତାଙ୍କୁ ଦେଖି ଟଙ୍କା ମାଗିଥିଲେ। ସେ ଟଙ୍କା ନଦେବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣ କରିଥିବା ଦୁଇ ବୃଦ୍ଧଙ୍କ ଅବସ୍ଥା ଗୁରୁତର ଥିବାରୁ ସିଙ୍ଗାଡିଆ ଗ୍ରାମବାସୀ ଖବର ପାଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।

ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ରୁ ତାଙ୍କୁ ସୁକିନ୍ଦା  ୧୦୮ ଆମ୍ବୁଲାନସ ଯୋଗେ ଯାଜପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲ କୁ ପଠାଯାଇଛି। ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କ ଚିକିତ୍ସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe