ଜାଗାବାଡ଼ିକୁ କେନ୍ଦ୍ର କରି ଆଶାକର୍ମୀଙ୍କୁ ମାରାଣାନ୍ତକ ଆକ୍ରମଣ

Advertisment
୨ଟି ସ୍ଥାନରେ ସ୍ତ୍ରୀ ହତ୍ୟା: ମୃତଦେହକୁ କୂଅରେ ପକାଇଲା ସ୍ବାମୀ, କାଠଫାଳିଆ ମାଡ଼ରେ ମହିଳାଙ୍କ ମୃତ୍ୟୁ

Deccan Chronicle

ଗନ୍ଦିଆ: ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଫାଣ୍ଡି ଅଧୀନ କାଲୁରିଆ ପଂଚାୟତର ଠାକୁରାପାଳ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଆଶାକର୍ମୀଙ୍କୁ ମାରାଣାନ୍ତକ ଆକ୍ରମଣ ହୋଇଛି। ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଧର୍ମାନନ୍ଦ ସ୍ୱାଇଁ ଓ ଅମ୍ବୁଜ କଅଁରଙ୍କ ପରିବାର ମଧ୍ୟରେ ଜାଗାବାଡିକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଗତ ମାସ ୩୦ ତାରିଖରେ ଧର୍ମାନନ୍ଦ ଘରେ କେହି ନଥିବାର ସୁଯୋଗ ନେଇ ଅମ୍ବୁଜ କଅଁର ତାଙ୍କ ଘରେ ପଶି ଧର୍ମାନନ୍ଦଙ୍କ ପତ୍ନୀ ତଥା ଆଶାକର୍ମୀ ମେନକା ସ୍ୱାଇଁ (୪୫)ଙ୍କୁ ଘରୁ ଟାଣି ଆଣି ଏକ ଖତ ଗାଡିଆରେ ତାଙ୍କ ତଣ୍ଟିକୁ ଚିପି ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିଲେ। ହେଲେ ସେହି ସମୟରେ ତାଙ୍କ ପରବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ସେ ପଳାଇ ଯାଇଥିଲେ। ଆଶାକର୍ମୀ ମେନକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଉଛି।

ଏହି ଘଟଣା ସମ୍ପର୍କରେ ପୀଡିତାଙ୍କ ସ୍ୱାମୀ ଧର୍ମାନନ୍ଦ ଗନ୍ଦିଆ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ କେସ ନଂ- ୨୭୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାରେ ଫେରାର ଅଭିଯୁକ୍ତ ଅମ୍ବୁଜଙ୍କୁ ଗତକାଲି ରାତିରେ ପୁଲିସ ଧରିଥିବାବେଳେ ଆଜି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe