ଧର୍ମଶାଳା: ବିଜେପି ନେତା ତଥା ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଗତ ରାତିରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ଘଟଣାର ତଦନ୍ତ ପ୍ରକ୍ରିୟା ପାଇଁ ପୁଲିସ୍ ୩ଟି ଟିମ୍ ଗଠନ କରିଥିବା ବେଳେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଏହି ଘଟଣା ପରେ ଧର୍ମଶାଳାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗତରାତିରୁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଖୋଜୁଛି। ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଅଟକ ରଖିଛି । ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।
କୌଣସି ଉତ୍ତେଜନାମୂଳକ ସ୍ଥିତିକୁ ଏଡାଇବା ଲାଗି ଯାଜପୁର ଟାଉନ ଥାନାଆଗରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗତକାଲି ରାତିରେ ଯାଜପୁରରେ ଏଡିଜି ଲ’ ଆଣ୍ଡ ଅର୍ଡର ସଞ୍ଜୟ କୁମାର ପହଞ୍ଚିଛନ୍ତି । ଯାଜପୁର ସଦର ଥାନା ଓ ଟାଉନ ଥାନା ଅନ୍ତର୍ଗତ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ପୁଲିସର କଡ଼ା ନଜର ରହିଛି ଏବଂ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସୂଚନା ମିଳିଛି।
ହିମାଂଶୁଙ୍କୁ ଯାଜପୁର ବୁଢାଘାଟ ଛକରେ ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ନେଇ ଗତକାଲି ଅଭିଯୋଗ ହୋଇଥିଲା। ତାଙ୍କୁ ମାରି ଉପନିର୍ବାଚନ କରିବା ଷଡ଼ଯନ୍ତ୍ର ରଚାଯାଇଥିବା ବୋଲି ହିମାଂଶୁ ସାଂଘାତିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍ କରିଥିଲେ। ଯାହା ହେଲା ହେଲା ଓ ଆପୋଷବୁଝାମଣା କରିଦିଅ ବୋଲି କହିଥିଲେ।
ବିଧାୟକଙ୍କୁ ତାଙ୍କ ଭାଇ ଆକ୍ରମଣ କରିଥିବା ପ୍ରଶ୍ନରେ ବବି କହିଛନ୍ତି, ଥାନାରେ ଯାଇ ବସିବାକୁ ଭାଇକୁ କହିଥିଲି। ଦୋଷୀ ଥିଲେ କାର୍ଯ୍ୟାନୁଷ୍ଠାନ କରାଯାଉ ।
ଅଧିକ ପଢ଼ନ୍ତୁ: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଅଭିଯୋଗ, ଏମିତି କହିଲେ ହିମାଂଶୁ ସାହୁ
ତେବେ ବିଜେଡି ହିଂସାକୁ ପ୍ରଶୟ ଦିଏ ନାହିଁ ଓ ଏହି ଘଟଣାକୁ ସେ ନିନ୍ଦା କରୁଥିବା କହିଛନ୍ତି ବବି ଦାସ। ଏହା ସହିତ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପ୍ରଶାସନକୁ କହିଥିବା ତଥା ତାଙ୍କ ପକ୍ଷରୁ ସମସ୍ତ ସହାୟତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଗଣମାଧ୍ୟମରେ କହିଛନ୍ତି ବବି।
ଅଧିକ ପଢ଼ନ୍ତୁ: ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)