ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା; ୩ ଗିରଫ, ୧୩ ଜଣଙ୍କ ନାମରେ ମାମଲା ରୁଜୁ

Advertisment
ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା; ୩ ଗିରଫ, ୧୩ ଜଣଙ୍କ ନାମରେ ମାମଲା ରୁଜୁ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ନାମକୋଣ୍ଡା ଗ୍ରାମରେ ଗତ ୨୮ ତାରିଖ ରାତି ପ୍ରାୟ ୧୧ଟା ସମୟରେ ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ୧୬ ଜଣ ବନ କର୍ମଚାରୀ ବଜ୍ରକାପ୍ତା ଜବତ କରିବା ପାଇଁ ଚଢାଉ କରିଥିଲେ। ତେବେ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଏକତ୍ରିତ ହୋଇ ଆକ୍ରମଣ କରିଥିଲେ। ଯାହାଫଳରେ ୮ ଜଣ ବନ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାରେ ବନ ବିଭାଗ ୩ ଜଣକୁ ଗିରଫ କରି ପୁଲିସକୁ ହସ୍ତାନ୍ତର କରିଥିବା ବେଳେ ୧୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି।

publive-image Sambad

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଆଇତା ସୋଡି, ବିଜେ ସୋଡି ଏବଂ ମୁୟେ କାବାସି। ଏମାନଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି। ସେହିପରି ମାମଲା ଦରଜ କରାଯାଇଥିବା ୧୩ ଜଣ ହେଲେ ଦେବା କାବାସି, କୋନା କାବାସି, ମୁୟେ ବାଞ୍ଜାମି, ସୋମା ସୋଡି, ମୁୟେ ମାଡକାମୀ, ବାଣ୍ଡି ସୋଡି, ସୋମା କାବାସି, ଆଡମା ସୋଡି, ଗଂଗା ମାଡକାମୀ, ଗଂଗା ପଡିଆମି, କୁଞ୍ଜ ମାଢି, ଦେବା ମାଢି ଏବଂ ରାଜା ମାଢି ରହିଛନ୍ତି। ପ୍ରକାଶ ଥାଉକି ପିସିସିଏଫ ଭୁବନେଶ୍ବର କାର୍ଯ୍ୟାଳୟରୁ ମାଲକାନଗିରି ବନାଞ୍ଚଳ ଅଧିକାରୀଙ୍କୁ ନାମକୋଣ୍ଡା ଗ୍ରାମରେ ବଜ୍ରକାପ୍ତା ବେପାର କରାଯାଉଥିବା ନେଇ ଖବର ଦିଆଯାଇଥିଲା। ରେଂଜର ଶ୍ରୀ ନାୟକଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା।

publive-image Sambad

ରାତିରେ ଜଂଗଲ ନିକଟସ୍ଥ ଏକ ଖୋଳାରେ କାଠ ଗଣ୍ଡିରେ ବଜ୍ରକାପ୍ତାକୁ ରଖି ଲୋକେ ତାର ଚାରିପଟେ ଶୋଇଥିଲେ। ବନ କର୍ମଚାରୀମାନେ ଧିରେ ଯାଇ କାଠ ଗଣ୍ଡିକୁ ଉଠାଇ ଆଣୁଥିବା ବେଳେ ହଠାତ୍ ଲୋକେ ଉଠି ପଡି ବନ କର୍ମଚାରୀମାନଙ୍କୁ ମାରଧର କରିଥିଲେ। ଏପରିକି ଗ୍ରାମର ପଚାଶରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଏକତ୍ରିତ ହୋଇ ବନ କର୍ମଚାରୀଙ୍କୁ ପଥର ଓ ଠେଙ୍ଗାରେ ଆକ୍ରମଣ କରିଥିଲେ, ଯାହାଫଳରେ ରେଂଜର ବାସୁଦେବ ନାୟକ ସମେତ ୮ ଜଣ ଆହତ ହୋଇଥିଲେ। ବନ କର୍ମଚାରୀ ବଜ୍ରକାପ୍ତାକୁ ଛାଡିବାକୁ ବାଧ୍ୟ ହୋଇଥିଲା। ଏବେ ମଧ୍ୟ ବଜ୍ରକାପ୍ତା ଉଦ୍ଧାର କରାଯାଇ ପାରି ନାହିଁ। ପୁଲିସ ଏବଂ ବନ ବିଭାଗ କର୍ମଚାରୀ ବଜ୍ରକାପ୍ତାକୁ ଉଦ୍ଧାର କରିବାପାଇଁ ଉଦ୍ୟମ ଜାରି ରଖିଥିବା କୁହାଯାଇଛି।

publive-image Sambad

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe