ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣର ନିନ୍ଦା କଲା ସାମ୍ବାଦିକ ସଂଘ

Advertisment
ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣର ନିନ୍ଦା କଲା ସାମ୍ବାଦିକ ସଂଘ

Sambad

ଫୁଲବାଣୀ: ନୟାଗଡ ଜିଲ୍ଲା ଯଦୁପୁର ଓ ବାଲେଶ୍ବର ଜିଲ୍ଲା ସୋରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ନିନ୍ଦା କରାଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି।

ଏ ନେଇ ଜିଲ୍ଲା ଶାଖା ସଭାପତି ପ୍ରଶାନ୍ତ କୁମାର ବେହେରା ଓ ସାଧାରଣ ସମ୍ପାଦକ ବ୍ରଜମୋହନ ନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ସ୍ମାରକପତ୍ର କରିଛନ୍ତି। ପ୍ରତିନିଧି ଦଳରେ ସଂଘର ଅଶୋକ କୁମାର ମହାନ୍ତି, ବଳଦେବ ବେହେରା, ସୁଜିତ କୁମାର ବେହେରା, ମନୋଜ କୁମାର ଗଉଡ, ସନ୍ତୋଷ କୁମାର ମିଶ୍ର, ଗୌରଚରଣ ବେହେରା, ଆଦିତ୍ୟ ତ୍ରିପାଠୀ, ରମେଶଚନ୍ଦ୍ର ପ୍ରଧାନ, ହୁରଞ୍ଜନ ସେଠୀ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe