କଳା ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଶିକ୍ଷକଙ୍କ ଉପରେ ମରଣାତ୍ମକ ଆକ୍ରମଣ

କଳା ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଶିକ୍ଷକଙ୍କ ଉପରେ ମରଣାତ୍ମକ ଆକ୍ରମଣ

Sambad

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଭାମିନି ପଞ୍ଚାୟତ ଆଦିବାସୀ ଛୋଟାଗୁଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଶିକ୍ଷକଙ୍କୁ ମରଣାତ୍ମକ ଆକ୍ରମଣ କରି ଚାରି ମୁଖା ପିନ୍ଧା ଦୁର୍ବୃତ୍ତ ଫେରାର ହେଇଯାଇଛି। ସୂଚନା ଅନୁଯାୟୀ ଦର୍ପାଗୁଡା ସ୍କୁଲ ଶିକ୍ଷକ ଧନିରାମ ଗୌଡ଼ ସକାଳ ସ୍କୁଲ କାମସାରି ଉମରକୋଟସ୍ଥିତ କୁସୁମ ଗୁଡା ସାହି ଘରକୁ ଫେରୁଥିଲେ। ଫେରିବା ବାଟରେ ଆଦିବାସୀ ଛଟାଗୁଡା ନିକଟରେ ଏକ ନିଶବ୍ଦ ଜାଗାରେ ଚାରି ଦୁର୍ବୃତ୍ତ କଳା ମୁଖା ପିନ୍ଧି ଏକ ହାତୁଡିରେ ଆତର୍କିତ ଭାବେ ପ୍ରଥମେ ଆକ୍ରମଣ କରିଥିଲେ ଓ ପରେ ସେ ତଳେ ପଡିଯିବା ପରେ ପୁଣି ଗୋଡ଼, ହାତ, ମୁଣ୍ଡରେ ଗଭୀର ଆକ୍ରମଣ କରିଥିଲେ। ଆଘାତ ପାଇ ଶିକ୍ଷକ ଜୋରରେ ଚିତ୍କାର କରିଥିଲେ ପରେ ଚାରି ଦୁର୍ବୃତ୍ତ ଦୁଇଟି ହିରୋ ଡିଲକ୍ସ ଗାଡ଼ିରେ କେଉଁ ଆଡେ ଚାଲି ଯାଇଥିଲେ।

ଆହତ ଶିକ୍ଷକଙ୍କ ଚିତ୍କାର ଶୁଣି କିଛି ପଥ ଚାରି ଘଟଣା ସ୍ଥଳରେ ଏକତ୍ରିତ ହୋଇଥିଲେ ଓ ପରେ ଆହତ ଶିକ୍ଷକ ନିଜ ଭାଇଙ୍କୁ ଘଟଣା ବିଷୟରେ ଫୋନ କରି କହିବା ପରେ ଭାଇ ଓ କିଛି ପଥଚାରି, ଗ୍ରାମବାସୀଙ୍କ ସହାୟତା ରେ ଏକ ଓଟୋ ସାହାଯ୍ୟରେ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ। ଅନ୍ୟପଟେ ଘଟଣା ବିଷୟରେ ସୂଚନା ପାଇ ଉମରକୋଟ ପୁଲିସ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ତଦନ୍ତ ଆରମ୍ଭ କରିଛି। ଆକ୍ରମଣର ସଠିକ କାରଣ ବର୍ତ୍ତମାନ ଯାଇଁ ଜଣା ପଡ଼ି ନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟି ଥାଇ ପାରେ ବୋଲି ଚର୍ଚ୍ଚା ହେଉଛି। ପରିବାର ଲୋକେ ସଠିକ ତଥ୍ୟ ଦେବା ପରେ ହିଁ ସମସ୍ତ ତଥ୍ୟ ପଦ।କୁ ଆସିପାରିବ ବୋଲି ଉମରକୋଟ ଥାନା ଅତିରିକ୍ତ ଆଇଆଇସି ଲିମା ରାଜ ପ୍ରଧାନ ସୂଚନା ଦେଇଛନ୍ତି। ତେବେ ଅଞ୍ଚଳରେ ଏପରି ଏକ ଘଟଣା ଘଟିବା ପ୍ରଥମ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe