ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବି

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବି

ଯାଜପୁର: ମଙ୍ଗଳପୁର ଥାନା ନିକଟରେ ସାମ୍ବାଦିକମାନଙ୍କ ଉପରେ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ପ୍ରତିବାଦରେ ଆଜି ଦଶରଥପୁର ବ୍ଲକ୍ ସାମ୍ବାଦିକ ସଂଘ ପକ୍ଷରୁ ମଙ୍ଗଳପୁର ବଜାର ନିକଟସ୍ଥ ସାଇ ମନ୍ଦିର ପରିସରରେ ଏକ ବୈଠକ ହୋଇଥିଲା। ସଙ୍ଘର ବରିଷ୍ଠ ସଭ୍ୟ ଉମାକାନ୍ତ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦଶରଥପୁର ବ୍ଲକ ସମ୍ବାଦ ପ୍ରତିନିଧି ଚନ୍ଦ୍ରଶେଖର ସାହୁ ଓ ଓଡିଶା ଭାସ୍କରର ଜିଲ୍ଲା ପ୍ରତିନିଧି ଜ୍ୟୋତିପ୍ରକାଶ ମିଶ୍ରଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଥିଲା।

ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମଙ୍ଗଳପୁର ଥାନା ଅଧିକାରିଣୀ ଚିନ୍ମୟୀ ସାହୁଙ୍କୁ ସଂଘ ପକ୍ଷରୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ୭ ଦିନ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ ନକଲେ ସଂଘ ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ସାମ୍ବାଦିକ ଶଙ୍କର୍ଷଣ କୁଣ୍ଡୁ, ପ୍ରତ୍ୟୁଷ ନାୟକ, କୌଶିକ ଦାଶ, ବିରଜା ପାଣି, ମାନସ ଜେନା, ସୁଶାନ୍ତ ବେହୁରିଆ, ଯତୀନ୍ଦ୍ରନାଥ କର, ସତ୍ୟଜିତ ସାମଲ, ଅକ୍ଷୟ ଦାଶ, ବିଶ୍ୱଭୂଷଣ ବିଶ୍ୱାଳ, ସବ୍ୟସାଚୀ ଦାଶ, ବିଶ୍ୱଜିତ ଦାସ, ମାନସ ସାହୁ, ଚିତ୍ତରଞ୍ଜନ ମଲ୍ଲିକ, ମନୋଜ ଦାସ, ଭାଗୀରଥି ଜେନା, ମହେଶ୍ୱେର ଜେନା, ଧୀରେନ୍ଦ୍ର ମଲ୍ଲିକ, ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe