ବାଦପୁର ରାଧାକୃଷ୍ଣ ମନ୍ଦିରରେ ରହୁଥିବା ବାବାଜିଙ୍କୁ ମରଣାନ୍ତକ ଆକ୍ରମଣ

ବାଦପୁର ରାଧାକୃଷ୍ଣ ମନ୍ଦିରରେ ରହୁଥିବା ବାବାଜିଙ୍କୁ ମରଣାନ୍ତକ ଆକ୍ରମଣ

Odisha Police

ବୀରମହାରାଜପୁରର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ବୀରମହାରାଜପୁର ଥାନା ହରିହର ଯୋର ପୋଲିସ ଫାଣ୍ଡି ଅନ୍ତର୍ଗତ ବିରସିଂପୁର ନିକଟରେ ଥିବା ବାଦପୁର ରାଧାକୃଷ୍ଣ ମନ୍ଦିରରେ ରହୁଥିବା ଜଣେ ସନ୍ୟାସି ଓ ତାଙ୍କ ସହଯୋଗୀଙ୍କୁ ମାରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରାତିରେ କିଛି ବ୍ୟକ୍ତି ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିବା ହରିହର ଯୋର ଫାଣ୍ଡିରେ ଅଭିଯୋଗ ହୋଇଛି। ।ଅଭିଯୋଗମତେ ବୀରମହାରାଜପୁର ଥାନା ଅନ୍ତର୍ଗତ କାଦୋଦର ପଞ୍ଚାୟତର ବିରସିଂପୁର ନିକଟସ୍ଥ ବାଦପୁର ରାଧାକୃଷ୍ଣ ମନ୍ଦିର ରେ ସମ୍ବଲପୁର ଜିଲା ଚାରମାଳ ଥାନା ଅନ୍ତର୍ଗତ ତୁଟାମୁଣ୍ଡା ଗ୍ରାମର ହର ପଧାନ ନାମକ ଜଣେ ବ୍ୟକ୍ତି ବାବା (ସନ୍ୟାସି) ଭାବେ ଦୀର୍ଘ ଆଠ ବର୍ଷ ହେଲା ରହି ଆସୁଥିଲେ।

ଏହା ସହିତ ମନ୍ଦିର ରେ ପୂଜାର୍ଚ୍ଚାନା ମଧ୍ୟ କରୁଥିଲେ।ଗତ ଶନିବାର ରାତିରେ ଅଭିଯୋଗକାରୀ ହର ପଧାନ ତାଙ୍କ ଜଣେ ସହଯୋଗୀ ଲୁଲୁ ବଘାର ସହିତ ମନ୍ଦିର ପରିସର ରେ ରହୁଥିଲେ।ଶିନିବାର ବିଳମ୍ବିତ ରାତ୍ରୀରେ ପ୍ରାୟ ୩ ଜଣ ବ୍ୟକ୍ତି ଆସି ଅନ୍ଧାରରେ ଉଭୟଙ୍କୁ ମାରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି।ଆକ୍ରମଣରେ ଅଭିଯୋଗକାରୀ ହର ଆହତ ହୋଇ ଚିକିତ୍ସିତ ହୋଇଛନ୍ତି।ତିନି ଆକ୍ରମଣକାରୀ ଙ୍କ ମଧ୍ୟରୁ ଜଣେ କାଦୋଦର ଗ୍ରାମର କୃତ୍ତିବାସ ବାଘ ବୋଲି ଅଭିଯୋଗ ହୋଇଛି।ଏନେଇ ହରିହର ଯୋର ଫାଣ୍ଡି ରେ ୧୨୩/୨୩ରେ ଏକ ମାମଲା ରୁଜୁ ହୋଇଛି।ମାତ୍ର ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୁଚନା ଅନୁସାରେ ଗତ ଶନିବାର ରାତ୍ରୀରେ ଅଭିଯୁକ୍ତମାନେ ସ୍ଥାନୀୟ ସଂରକ୍ଷିତ ଜଙ୍ଗଲକୁ ଜନ୍ତୁ ଶିକାର କରିବାକୁ ଯାଇଥିଲେ ।ମାତ୍ର ହର ପଧାନ ଶିକାର କରିବାକୁ ଅଭିଯୁକ୍ତ ଙ୍କୁ ମନା କରିବାରୁ ସେମାନେ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିବା ସୁଚନା ମିଳିଛି।ଅଭିଯୋଗ ପରେ ହରିହର ଯୋର ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି।ତେବେ ଉକ୍ତ ଘଟଣାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି। ଫଳରେ ତାଙ୍କ ଗୋଡ ଓ ହାତରେ ଆଘାତ ଲାଗିଥିବା ଜଣା ପଡିଛି । ତେବେ ଆକ୍ରମଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କାଦୋଦର ଗାଁର କୁର୍ତ୍ତିବାସ ବାଘ ଥିବାବେଳେ ଅନ୍ୟ ବ୍ୟକ୍ତିମାନଙ୍କୁ ସେ ଅନ୍ଧାର ଯୋଗୁଁ ଚିହ୍ନି ପାରି ନଥିବା ସୁଚନା ଦେଇଛନ୍ତି । ଏନେଇ ପୁଜକ ହର ପଧାନ ଆଜି ହରିହର ଯୋର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବାବେଳେ ବୀରମହାରାଜପୁର ପୋଲିସ କେସ ନଂ ୧୨୩/୨୦୨୩ ରେ ଏକ ମାମଲା ରୁଜୁ କରିଥିବା ସୁଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe