ଜିଲ୍ଲାପାଳଙ୍କୁ ଲାଞ୍ଚଦେବା ଉଦ୍ୟମ: ଆମ୍ବୁଜା ସିମେଣ୍ଟ ଉତ୍ପାଦନ ଅଧିକାରୀ ଗିରଫ

ଜିଲ୍ଲାପାଳଙ୍କୁ ଲାଞ୍ଚଦେବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଆମ୍ବୁଜା ସିମେଣ୍ଟର  ମୁଖ୍ୟ ଉତ୍ପାଦନ ଅଧିକାରୀ ଗିରଫ ହୋଇଛନ୍ତି। ବରଗଡ଼ ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରିବାକୁ ଆସି ଅଧିକାରୀ ଜଣକ ୨ ଲକ୍ଷ ଟଙ୍କା ଫୁଲତୋଡା ଏବଂ ମିଠା ପ୍ୟାକେଟ ପ୍ରଦାନ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି...

ଅଦ୍ୟତନ ହୋଇଛି
Attempt to bribe district magistrate

ବରଗଡ଼: ଜିଲ୍ଲାପାଳଙ୍କୁ ଲାଞ୍ଚଦେବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଆମ୍ବୁଜା ସିମେଣ୍ଟର  ମୁଖ୍ୟ ଉତ୍ପାଦନ ଅଧିକାରୀ ଗିରଫ ହୋଇଛନ୍ତି। ବରଗଡ଼ ଜିଲ୍ଲାପାଳ ଆଇଏଏସ୍ ଆଦିତ୍ୟ ଗୋୟଲଙ୍କୁ ସାକ୍ଷାତ୍ କରିବାକୁ ଆସି ଅଧିକାରୀ ଜଣକ ୨ ଲକ୍ଷ ଟଙ୍କା ଫୁଲତୋଡା ଏବଂ ମିଠା ପ୍ୟାକେଟ ପ୍ରଦାନ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। 

ପ୍ୟାକେଟକୁ ଦେଖି ସନ୍ଦେହ କରି ଜିଲ୍ଲାପାଳ ନିକଟରେ ଥିବା ଅଫିସ ସହାୟକଙ୍କୁ ପ୍ୟାକେଟ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଥିରେ ଚାରିଟି ୫୦୦ଟଙ୍କିଆ ବଣ୍ଡଲ୍ ଦେଖିବାକୁ ମିଳିଥିଲା।

ତାଙ୍କୁ ଅଟକ ରଖାଯାଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ଭିଜିଲାନ୍ସ ଦଳ ସେଠାରେ ପହଞ୍ଚି ୨ ଲକ୍ଷ ଟଙ୍କା ନଗଦ ଥିବା ପ୍ୟାକେଟକୁ ଜବତ କରିଥିଲେ। ତାଙ୍କ ପରିଚୟ ଛତିଶଗଡର ଅମ୍ବୁଜା ସିମେଣ୍ଟର ମୁଖ୍ୟ ଉତ୍ପାଦନ ଅଧିକାରୀ (ପୂର୍ବ) ରାମଭବ ଗାଟୁ ବୋଲି ଜଣାପଡିଛି।

ଅଧିକ ପଢ଼ନ୍ତୁ:ଓଡ଼ିଶାରେ ମସ୍ତିଷ୍କାଘାତର ହାର ଅଧିକ: ପ୍ରତି ସାତ ଜଣରେ ଜଣଙ୍କ ପ୍ରତି ବିପଦ

ଏହି ଅଭିଯୋଗ ଆଧାରରେ, ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଅଧିକ ପଢ଼ନ୍ତୁ:ସଂଯୁକ୍ତାଙ୍କୁ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର: ଅଭିନନ୍ଦନ ଜଣାଇଲେ ମୋହନ-ନବୀନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe