ପୁଲିସ ଉପରେ ବୋମାମାଡ଼ କରି ଖସିଯିବାକୁ ଗୋଚାଲାଣକାରୀଙ୍କ ଉଦ୍ୟମ

Advertisment

କଟକ ଜିଲ୍ଲା ବାଙ୍କୀ ଟି-ବ୍ରିଜ୍ ପାଖରେ ଗୋଚାଲାଣକାରୀଙ୍କୁ ପିଛା କରିବା ବେଳେ ପୁଲିସ ସହିତ ମୁହାଁମୁହିଁ ସ୍ଥିତି ହୋଇଛି। ବୋମା ଫିଙ୍ଗି ଖସିଯିବାକୁ ଗୋଚାଲାଣକାରୀ ଉଦ୍ୟମ କରିଥିଲେ । ପୁଲିସ ଫାଙ୍କା ଗୁଳି ଚାଳନା କରିଥିଲା...

Updated On

କଟକ ଜିଲ୍ଲା ବାଙ୍କୀ ଟି-ବ୍ରିଜ୍ ପାଖରେ ଗୋଚାଲାଣକାରୀଙ୍କୁ ପିଛା କରିବା ବେଳେ ପୁଲିସ ସହିତ ମୁହାଁମୁହିଁ ସ୍ଥିତି ହୋଇଛି। ବୋମା ଫିଙ୍ଗି ଖସିଯିବାକୁ ଗୋଚାଲାଣକାରୀ ଉଦ୍ୟମ କରିଥିଲେ । ପୁଲିସ ଫାଙ୍କା ଗୁଳି ଚାଳନା କରିଥିଲା...

ଅଦ୍ୟତନ ହୋଇଛି
WhatsApp Image 2024-11-21 at 9.54.10 AM

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଟି-ବ୍ରିଜ୍ ପାଖରେ ଗୋଚାଲାଣକାରୀଙ୍କୁ ପିଛା କରିବା ବେଳେ ପୁଲିସ ସହିତ ମୁହାଁମୁହିଁ ସ୍ଥିତି ହୋଇଛି। ବୋମା ଫିଙ୍ଗି ଖସିଯିବାକୁ ଗୋଚାଲାଣକାରୀ ଉଦ୍ୟମ କରିଥିଲେ । ପୁଲିସ ଫାଙ୍କା ଗୁଳି ଚାଳନା କରିଥିଲା। ପୁଲିସ ୨ ଗୋଚାଲାଣକାରୀଙ୍କୁ ଅଟକ ରଖିଥିବା ବେଳେ ୨୬ ଗୋରୁଙ୍କୁ ଉଦ୍ଧାର କରିଛି। 

ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରୁ କଟକ ଜିଲ୍ଲା ତିଗିରିଆକୁ ଗୋରୁଚାଲାଣ ହେଉଥିବା  ପୁଲିସ ସୂଚନା ପାଇଥିଲା। ଏହାପରେ ପୂର୍ବ ଯୋଜନା ମୁତାବକ ବାଟରେ ଲୁଚି ରହିଥିବା ପୁଲିସ ଗୋଚାଲାଣକାରୀଙ୍କ ପିଛା କରିଥିଲା।

ଅଧିକ ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପିଟିପିଟି ହତ୍ୟା

ବାଙ୍କୀର ଟି-ବ୍ରିଜ୍ ପାଖରେ ପୁଲିସ ଓ ଗୋଚାଲାଣକାରୀ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରୁ ଖସିଯିବାରୁ ଗୋଚାଲାଣକାରୀମାନେ ବୋମା ଫିଙ୍ଗିଥିବା ବେଳେ ପୁଲିସ ଫାଙ୍କା ଗୁଳିଚାଳନା କରିଥିଲା। ଏଥିରେ କେହି ଆହତ ହୋଇ ନ ଥିବା ଜଣାଯାଇଛି।

ଏହାର ସୁଯୋଗରେ କିଛି ଗୋଚାଲାଣକାରୀ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ୨ ଜଣଙ୍କୁ ଅଟକ ରଖିଛି।

ଅଧିକ ପଢ଼ନ୍ତୁ: ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ଜଣେ ଯବାନ ଆହତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe