ବ୍ରିଜ ତଳକୁ ଖସିଲା ଅଟୋ, ୧୨ ଆହତ 

Advertisment
ବ୍ରିଜ ତଳକୁ ଖସିଲା ଅଟୋ, ୧୨ ଆହତ 

କୋରାପୁଟ: ଅଳ୍ପକେ ନିଶ୍ଚିତ ମୃତ୍ୟୁ ମୁଖରୁ ଆଜି ବଞ୍ଚି ଯାଇଛନ୍ତି ୧୨ ଜଣିଆ ବାଜା ଦଳ। ଏକ ବାହାଘରରେ ଯୋଗ ଦେବାକୁ ଅଟୋରେ ଯାଉଥିବାବେଳେ କୋରାପୁଟ ନିକଟବର୍ତ୍ତୀ ଗୋସଡେଇଗୁଡା ବ୍ରିଜ ନିକଟରେ ତଳକୁ ଖସି ପଡିଥିଲା। ଏଥିରେ ୧୨ଜଣ ଗୁରୁତର ହୋଇ ଏସଏଲଏନ ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି। ସେମାନେ ହେଲେ ମେଣ୍ଢାଗୁଡା ଗାଁର ନୀଳ ମୁଦୁଲି(୧୭), ଡମୁ ମୁଦୁଲି(୧୯), ଡମ୍ବୁରୁ ମୁଦୁଲି(୧୮), ରମେଶ ଜାନୀ(୧୮), ମୁନା ଦାରାଭଙ୍ଗା (୧୮), ସୁନାଧର ମୁଦୁଲି (୧୮), ବାଘ ମୁଦୁଲି(୧୮), ଟୁନା ମୁଦୁଲି(୧୮), କମୁଳୁ ମୁଦୁଲି(୧୯), ଡମ୍ବରୁ ଜାନୀ(୧୯), ଲଛମା ଜାନି(୧୮) ଓ ମାଧବ ମୁଦୁଲି(୧୯)।

publive-image

ମିଳିଥିବା ସୂଚନା ମୁତାବକ ମେଣ୍ଢାଗୁଡାରୁ ଜାନିଗୁଡାକୁ ଯାଉଥିବାବେଳେ ଭାରସାମ୍ୟ ହରାଇ ଅଟୋଟି ବ୍ରିଜ ତଳକୁ ଖସି ପଡିଥିଲା। ପରେ ସ୍ଥାନୀୟ ଲୋକେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଏସଏଲଏନ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ୪ଜଣ ଗୁରୁତର ରହିଥିବାବେଳେ ଅନ୍ୟମାନେ ପ୍ରାଥମିକ ଚିକିତ୍ସା ପାଇ ଘରକୁ ଫେରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe