ଅଟୋ ଓଲଟି ୫ବର୍ଷର ଝିଅ ସମେତ ୪ ଗୁରୁତର

Advertisment
ଅଟୋ ଓଲଟି ୫ବର୍ଷର ଝିଅ ସମେତ ୪ ଗୁରୁତର

ଭଞ୍ଜନଗର: ଭଞ୍ଜନଗର ଥାନା ଅଧୀନ କୋଟି ବିରାଡ଼ି ନିକଟରେ ଆଜି ମଧ୍ୟାହ୍ନ ସମୟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଥିରେ ତାରସିଂ ଥାନା ଉଲଦନ ଗ୍ରାମର ଅର୍ଜୁନ ବେହେରା(୫୫),ଗାଡ଼ିଆପଡ଼ା ଗ୍ରାମର କୁମୁଦ ବେହେରା,ଗଜାପଦର ଗ୍ରାମର କୁନି ନାୟକ(୬୦) ଏବଂ ତାଙ୍କ ନାତୁଣୀ ରେଶମା ନାୟକ (୫)ଗୁରୁତର ଭାବେ ଆହତ ହୋଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।

ଆହତ ମାନେ କୁଲାଡ଼ ଗ୍ରାମରୁ ଏକ ଯାତ୍ରୀବାହୀ ଅଟୋରେ ନିଜ ନିଜ ଗ୍ରାମକୁ ଯାଉଥିବାବେଳେ କୁଲାଡ଼ଠାରୁ ୨କିମି ଦୂର କୋଟି ବିରାଡ଼ି ନିକଟ ଏକ ବୁଲାଣିଠାରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଯାହା ଫଳରେ ଅଟୋରେ ବସିଥିବା ଯାତ୍ରୀମାନେ ଆହତ ହୋଇଥିଲେ। ଘଟଣାସ୍ଥଳରୁ ଅଟୋ ଚାଳକ ଗାଡ଼ି ନେଇ ଚମ୍ପଟ ମାରିଥିବା ବେଳେ ସ୍ଥାନୀୟ ଲୋକ ଏବଂ ପୁଲିସ ସହାୟତାରେ ଆହତ ମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe