ଅଟୋ ଓଲଟି ୭ ଗୁରୁତର , ଆହତଙ୍କ ମଧ୍ୟରେ ଅଛନ୍ତି ୩ ଜଣ ସ୍କୁଲ ଛାତ୍ରଛାତ୍ରୀ

Advertisment
ଅଟୋ ଓଲଟି ୭ ଗୁରୁତର , ଆହତଙ୍କ ମଧ୍ୟରେ ଅଛନ୍ତି ୩ ଜଣ ସ୍କୁଲ ଛାତ୍ରଛାତ୍ରୀ

ରାୟଗଡା: ଆଜି ମଧ୍ୟାହ୍ନରେ ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ପଡିବାରୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରଛାତ୍ରୀ ଥିବାର ଜଣାପଡିଛି। ସମସ୍ତ ଆହତଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜେକେପୁରରୁ ଏକ ଅଟୋ କଲ୍ୟାଣସିଂହପୁର ଅଭିମୁଖେ ବାହାରିଥିଲା। ତେବେ ଦୁନ୍ଦିଲି ପଞ୍ଚାୟତର କରଲାକଣା ଛକ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଅଟୋରେ ବସିଥିବା ୭ଜଣ ଯାକ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ଆହତମାନଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଆହତମାନଙ୍କ ମଧ୍ୟରୁ ଦୁନ୍ଦଲି ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ଯତିନ ରତ୍ନାଲୁ ଓ ଗୋପାଳ ବାଡି ଏବଂ ୫ମ ଶ୍ରେଣୀ ଛାତ୍ରୀ ଲେଜଲି କୋଣ୍ଡାଗିରି। ତେବେ ସ୍କୁଲ ସାରି ଏହି ଛାତ୍ରଛାତ୍ରୀମାନେ ନିଜ ଘରକୁ ଫେରୁଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ବ୍ୟକ୍ତିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe