ଛତ୍ରପୁର: ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ପ୍ରଥମ ଥର ପାଇଁ ବୁଧୁବାର ଅଟୋ ବାୟୋକ୍ୟାମେଷ୍ଟ୍ରି ଟେଷ୍ଟିଂ ଲ୍ୟାବ୍ର ଶୁଭାରମ୍ଭ ହୋଇଛି। ଛତ୍ରପୁର ଉପଖଣ୍ଡ ମେଡିକାଲର ଅଧୀକ୍ଷକ ଡକ୍ଟର କାହ୍ନୁଚରଣ ପାତ୍ର ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଉକ୍ତ ଲ୍ୟାବ୍ରେ ବ୍ଲଡ ସୁଗାର, କିଡନି ଟେଷ୍ଟ, ଲିଭର ଟେଷ୍ଟ, ୟୁରିଆ, ଲିପିଡ୍ ପ୍ରୋଫାଇଲ ଟେଷ୍ଟ ଭଳି ବିଭିନ୍ନ ରାସାୟନିକ ସମଦ୍ଧୀୟ ପରୀକ୍ଷା ହୋଇପାରିବ ବୋଲି ଅଧୀକ୍ଷକ ଡକ୍ଟର ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
ଏହି ଲ୍ୟାବ୍ ଦ୍ୱାରା ବହୁ ରୋଗୀ ଉପକୃତ ହୋଇପାରିବେ। ଏହି ଅଟୋ ବାୟୋକ୍ୟାମେଷ୍ଟ୍ରେ ଟେଷ୍ଟିଂ ଲ୍ୟାବ୍ ଉଦଘାଟନୀ ବେଳେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଫାର୍ମାସିଷ୍ଟ ନବୀନ ମହାପାତ୍ର, ଚିକିତ୍ସାଳୟ ପରିଚାଳକ ସନ୍ତୋଷ ପଣ୍ଡା, ଲେବ୍ରୋଟାରୀ ଟେକ୍ନିସିଆନ ପ୍ରଫୁଲ୍ଲ ବେହେରା, ଟେକ୍ନିସିଆନ ଇପସିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Follow Us