ବ୍ରଜରାଜନଗର: ଓରିଏଣ୍ଟ ଥାନା କାଳୀନଗର ଏମକ୍ୟୁ-୮୭ କ୍ୱାର୍ଟରରୁ ନଗଦ ୫ ହଜାର ଟଙ୍କା ସହ ୧୩୮ ଗ୍ରାମ ସୁନା ଓ ୩୦ ଗ୍ରାମ ରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ଘର ମାଲିକ ସେକ ବାବୁଲାଲ। ବାବୁଲାଲ କୌଣସି କାମରେ ବୁର୍ଲା ଯାଇଥିବା ବେଳେ ଏହି ଚୋରି ହୋଇଛି। ଘରର ଗେଟ୍ ବନ୍ଦ ଥିଲା। ତେବେ, ଚୋରମାନେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତାଲା ଭାଙ୍ଗି ଚୋରି କରିଛନ୍ତି। ଏହା ପଡ଼ୋଶୀମାନେ ଦେଖିଲା ପରେ ବାବୁଲାଲଙ୍କୁ ସୂଚନା ଦେଇଥିଲେ। ଚୋରି ହୋଇଥିବା ଗହଣାର ମୂଲ୍ୟ ୫ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ସେ କହିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ଅନୁସଂଧାନ କରିବା ସହ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି।
୫ ଲକ୍ଷ ଟଙ୍କାର ସୁନା, ରୁପା ଗହଣା ଚୋରି
Advertisment
Follow Us