ପରିମଳ କର୍ମଚାରୀଙ୍କୁ ମହାନଗର ନିଗମର ସମ୍ବର୍ଦ୍ଧନା

Advertisment
ପରିମଳ କର୍ମଚାରୀଙ୍କୁ ମହାନଗର ନିଗମର ସମ୍ବର୍ଦ୍ଧନା

ରାଉରକେଲା: ‘ଅଜାଦୀ କି ଅମୃତ ମହୋତ୍ସବ’ ସପ୍ତାହ ପାଳନ ଅବସରରେ ରାଉରକେଲା ମହାନଗର ନିଗମ ପକ୍ଷରୁ ପରିମଳ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶନିବାର ଦିନ ସ୍ଥାନୀୟ ଲେବର ଟେନାମେଣ୍ଟସ୍ଥିତ କଲ୍ୟାଣ ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଏହି ସମ୍ବର୍ଦ୍ଧନା ଦେଇ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ।

ରାଉରକେଲା ସହରରେ ଗୋଷ୍ଠୀ ଶୌଚାଳୟ ଏବଂ ବର୍ଜ୍ୟବସ୍ତୁ ପରିଚାଳନାରେ ମିଶନ ଶକ୍ତିର ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ କାମକୁ ସେମାନେ ସୂଚାରୁରୂପେ ପରିଚାଳନା କରୁଥିବାରୁ ଏହି ଅବସରରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ସର୍ବସାଧାରଣ ଶୌଚାଳୟ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ରାଉରକେଲାରେ କାର୍ଯ୍ୟରତ ସ୍ୱଚ୍ଛ ସାଥୀ ଓ ସୁପରଭାଇଜରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

‘‘ରାଉରକେଲା ସହରକୁ ସ୍ୱଚ୍ଛ ଏବଂ ସୁନ୍ଦର କରିବାରେ, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର, ପରିମଳ କର୍ମଚାରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନେ ନିଜ ଘର ଆଖପାଖକୁ ସଫାସୁତୁରା ରଖିବା ସହ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରାଉଛନ୍ତି। ସାଧାରଣ ଲୋକମାନେ ଏଥିରେ ସହଯୋଗ କଲେ ଆମ ସହର ଆହୁରି ସୁନ୍ଦର ହୋଇପାରିବ’’, କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ ଭୋଇ ଏବଂ ଡକ୍ଟର ଗୌରବମୟ ପ୍ରଧାନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe