ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ଅପରାଧ, କନ୍ଧମାଳ ଜିଲ୍ଲାରେ ବୁଲିଲା ସଚେତନତା ରଥ

ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ଅପରାଧ, କନ୍ଧମାଳ ଜିଲ୍ଲାରେ ବୁଲିଲା ସଚେତନତା ରଥ

ଫୁଲବାଣୀ:କିଏ ସନ୍ତାନ ଦାନ କରିବା ହେଉ କି କିଏ ପୋଷ୍ୟ ସନ୍ତାନ ଗ୍ରହଣ ହେଉ। ଏ ନେଇ ସରକାରୀ ନିୟମ ଅନୁଯାୟୀ ପାଳନ କରିବା ଦରକାର। ନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ନିର୍ଦ୍ଦେଶ ଅଛି। ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ କରିବା ବଡ ଅପରାଧ। ଏନେଇ ସମସ୍ତେ ସଚେତନ ହେବା ଜରୁରୀ।

ଏ ନେଇ ଆନ୍ତର୍ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନ ମାସ ପାଳନ କରାଯାଉଛି। ଆଜି କନ୍ଧମାଳ ଜିଲ୍ଲାରେ ବୁଲିଛି ସଚେତନ ରଥ। ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ଡା.ବୃନ୍ଦା ଡି। ଜିଲ୍ଲାର ସବୁ ବ୍ଲକରେ ଏହି ରଥ ବୁଲିବ। ପୋଷ୍ୟ ସନ୍ତାନ ଗ୍ରହଣର ନିୟମ ନେଇ ଲୋକଙ୍କୁ ସଚେତନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣ କହିଛନ୍ତି।

ଚାଇଲଡ ଲାଇନ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା,ଜିଲ୍ଲା ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷ ଅଶୋକ କୁମାର ବେହେରା,ଜିଲ୍ଲା ସମାଜ ମଂଗଳ ଅଧିକାରୀ ମନସ୍ବତୀ ମିଶ୍ର,କାର୍ଯ୍ୟକ୍ରମ ଅଧିକାରୀ ଏସ.ଗାୟତ୍ରୀ,ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟାଳୟ କର୍ମଚାରୀ ସରୋଜ କହଁର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାରେ ୧୯୦ ଜଣ ପୋଷ୍ୟ ସନ୍ତାନ ଗ୍ରହଣ ନିୟମ ଅନୁଯାୟୀ ହୋଇଥିବା ଜଣା ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe