ଭାଜପା ପକ୍ଷରୁ ଭୋଟର ସଚେତନତା ଅଭିଯାନ

ଭାଜପା ପକ୍ଷରୁ ଭୋଟର ସଚେତନତା ଅଭିଯାନ

Sambad

ଖୋର୍ଦ୍ଧା: ମଳିପଡ଼ା ଠାରେ ରବିବାର ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭୋଟର ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଅପରାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟଙ୍କ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଉତ୍ତରପ୍ରଦେଶର ରାଜ୍ୟସଭା ସଦସ୍ୟ ତଥା ଓଡ଼ିଶାର ସହପ୍ରଭାରୀ ବିଜୟ ସିଂହ ତୋମାର ଓ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ଯୋଗ ଦେଇଥିଲେ। ଆଗାମୀ ନିର୍ବାଚନରେ ଦଳୀୟ ରଣନୀତି ଓ ସଂଗଠନ ସମ୍ପର୍କରେ ଶ୍ରୀ ତୋମାର ଆଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ ଯୋଜନାର ସଫଳତା, ଡବଲ ଇଂଜିନ୍‌ ସରକାରର ଆବଶ୍ୟକତା ସମ୍ପର୍କରେ ପ୍ରତି ଭୋଟରଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କନ୍ଧମାଳ ଲୋକସଭା ପ୍ରଭାରୀ ନିରଞ୍ଜନ ମିଶ୍ର, ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ପୂବର୍ତନ ଜିଲ୍ଲା ସଭାପତି ନିକୁଞ୍ଜ କିଶୋର ପଟ୍ଟନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ କେଳୁଚରଣ ଜଗଦ୍ଦେବ, ଲୋତକବିନ୍ଦୁ ପଟ୍ଟନାୟକ, ଲକ୍ଷ୍ମିକାନ୍ତ ମିଶ୍ର, କୁନିଲତା ସ୍ବାଇଁ, କିଶୋର ଚନ୍ଦ୍ର ବରାଳ, ଅଭିମନ୍ୟୁ ଘଟୁଆ, ବଦ୍ରି ନାରାୟଣ ସାହୁ, ଲୀନା ସ୍ବାଇଁ, ବିଜୟ କୁମାର ଜୟସିଂହ, ଆଲୋକ ରଞ୍ଜନ ଛୋଟରାୟ, ଜିତେନ୍ଦ୍ର ବେହେରା ପ୍ରମୁଖଙ୍କ ସହ ଦଳୀୟ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ନଗର ସାଧାରଣ ସମ୍ପାଦକ ତ୍ରିଲୋଚନ ଦାସ ଓ କାର୍ଯ୍ୟାଳୟର ଅନ୍ୟ କର୍ମକର୍ତାମାନେ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe