ବିକଳ୍ପ ତରଫରୁ ସଚେତନତା କାର୍ଯ୍ୟକ୍ରମ

Advertisment
ବିକଳ୍ପ ତରଫରୁ ସଚେତନତା କାର୍ଯ୍ୟକ୍ରମ

Sambad

ରାୟଗଡା: ‘ବିକଳ୍ପ’ ଏକ ଅଭିନବ ଚିନ୍ତାଧାରାର ସଙ୍ଗଠନ। ଗ୍ରାମାଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ ତଥା ଲୋକଙ୍କ ଭିତରେ ଆତ୍ମ ବିଶ୍ୱାସ ସୃଷ୍ଟି କରିବା ହେଲା ସଙ୍ଗଠନର ମୂଳ ଲକ୍ଷ୍ୟ। ସଙ୍ଗଠନ ତରଫରୁ ରାୟଗଡ ବ୍ଲକ ଅଧିନସ୍ଥ କୋଡପଡ଼ି ଗ୍ରାମରେ ଏକ ସଚେତନ ସଭା କରାଯାଇଥିଲା। ସଙ୍ଗଠନର ଉପଦେଷ୍ଟା ଶିକ୍ଷାବିତ ଡଃ. ଦୁଷ୍ମନ୍ତ କୁମାର ମହାନ୍ତି ଲୋକ ମାନଙ୍କୁ
ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପରିମଳ ଉପରେ ସଚେତନ କରାଇଥିଲେ। ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟତଃ ଗାଁର ଦିବ୍ୟାଙ୍ଗ ବାଳିକା ରମା ହୁଇକାକୁ ହ୍ବିଲ ସାଇକଲ ଯୋଗାଇଦେବା ସଙ୍ଗେ ସଙ୍ଗେ ସରକାରଙ୍କ ପ୍ରଦତ୍ତ ଭିନ୍ନକ୍ଷମ ପ୍ରମାଣ ପତ୍ର ଦିଆଯାଇଥିଲା।

ଗାଁର ବୟସ୍କ ବ୍ୟକ୍ତି ମାନଙ୍କୁ ଫଳ, ରୁଟି, ବିସ୍କୁଟ ଆଦି ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ନେତୃତ୍ବ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ଦୋରା ନେଇଥିଲେ। କାର୍ଯ୍ୟକ୍ରମରେ ଜଳ ବିଭାଜିକା ବିଭାଗର ପ୍ରକଳ୍ପ ପ୍ରଶାସକ ଡଃ. ଦୟାନିଧି ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଫେସର ଶଶି ଭୂଷଣ
ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସଙ୍ଗଠନର ସଦସ୍ୟ ଡଃ. ପ୍ରସନ୍ନ କୁମାର ଗନ୍ତାୟତ, ଡଃ. ବିନୋଦ କୁମାର ପାତ୍ର, ଜଗଦୀଶ ଚନ୍ଦ୍ର ଦୋରା, ମନ୍ମଥ ତୁଳ, ରବି ନାରାୟଣ ଶତପଥୀ ତଥା ଝଞ୍ଜାବତୀ ଲାୟନ୍ସ କ୍ଲବ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe