ସାଇବର ଅପରାଧ ରୋକିବାକୁ ଗଡିଲା ସଚେତନତା ରଥ

Advertisment

ନିଜର ବ୍ୟକ୍ତିଗତ ସୂଚନା କାହାକୁ ସେର କରନ୍ତୁ ନାହିଁ; ଏସପି ବିବେକାନନ୍ଦ

ନିଜର ବ୍ୟକ୍ତିଗତ ସୂଚନା କାହାକୁ ସେର କରନ୍ତୁ ନାହିଁ; ଏସପି ବିବେକାନନ୍ଦ

ସାଇବର ଅପରାଧ ରୋକିବାକୁ ଗଡିଲା ସଚେତନତା ରଥ

Sambad

ରାୟଗଡା: ରାୟଗଡା ଜିଲ୍ଳା ଓଡିଶା ପୁଲିସ ତରଫରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା -୨୦୨୩ କାର୍ଯ୍ୟକ୍ରମ ଆଜି ସୋମବାର ଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ରାୟଗଡା ସହରର ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ସାଇବର ସୁରକ୍ଷା ଅଭିଯାନ ଶୀର୍ଷକ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଜିଲ୍ଳାର କୋଣ ଅନୁକୋଣରେ ସାଇବର ଠକେଇରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସାଇବର ସୁରକ୍ଷା ରଥର ମଧ୍ୟ ଶୁଭାରମ୍ଭ ହୋଇଥିଲା। ରାୟଗଡା ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଠା ସୁଧୀର କୁମାର ଦାସ, ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ବିଜେଡି ଉପସଭାପତି ଏନ୍‌. ଭାସ୍କର ରାଓ, ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତ, ପୈାରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସାଇବର ସୁରକ୍ଷା ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ସାଇବର ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ। ସଚେତନ ହେବା ସାଇବର ଅପରାଧ ରୋକିବାର ବାର୍ତ୍ତା ନେଇ ସାଇବର ସୁରକ୍ଷା ରଥ ଆଜି ସେମାବାର ଠାରୁ ଜିଲ୍ଳା ପରିଭ୍ରମଣ କରିବ। ଏହି ରଥରେ ଓଡିଶା ପୁଲିସ ବିଭାଗ ପକ୍ଷରୁ ସଚେତନତା ପାଇଁ ପ୍ରସ୍ତୁତ ହୋଇଥିବା ୨୪ଟି ଭିଡିଓକୁ ଏଲଇଡି ମାଧ୍ୟମରେ ପ୍ରସାରିତ କରାଯିବ।

publive-image Sambad

ସାଇବର ସୁରକ୍ଷା ଅଭିଯାନ ଓଡିଶା ଆଜି ସୋମବାର ଠାରୁ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଲ୍ଳାର ବିଭିନ୍ନ ଜନଗହଳି ସ୍ଥାନ, ବଜାର, ହାଟ ଆଦି ସ୍ଥାନରେ ଏହି ରଥ ବୁଲି ସଚେତନ ସୃଷ୍ଟି କରିବ ବୋଲି ଏସ.ପି. ଶ୍ରୀ ଶର୍ମା ପ୍ରକାଶ କରିଥିବା ବେଳେ ସାଇବର ସୁରକ୍ଷା ପାଇଁ ନିଜର ଠିକଣା, ପରିଚୟ ପ୍ରମାଣ ବିବରଣୀ, ଆକାଉଣ୍ଟ ନମ୍ବର, କ୍ରେଡିଟ୍ କାର୍ଡ, ଡେବିଡ୍ କାର୍ଡ, ୟୁପିଆଇ ବିବରଣୀ କୌଣସି ଅଜ୍ଞାତ ବ୍ୟକ୍ତିଙ୍କୁ ଶେୟାର ନ କରିବା ଆଦି ଅନ୍ୟାନ୍ୟ ବିଷୟରେ ଆଲୋକପାତ କରିଥିଲେ। ମହିଳା, ଛାତ୍ର, ବରିଷ୍ଠ ନାଗରିକ ତଥା ଯୁବ ସମାଜ ମଧ୍ୟରେ ସାଇବର ସଚେତନତା ସୃଷ୍ଟି କରିବା ଏହି ସାଇବର ସୁରକ୍ଷା ଅଭିଯାନର ମୂଳ ଉଦ୍ଦେଶ୍ୟ। ସାଇବର ଅପରାଧ ବିଷୟରେ ଅଜ୍ଞାତ ଯୋଗୁଁ ପ୍ରତିଦିନ ହଜାର ହଜାର ଲୋକ ସେମାନଙ୍କର କଷ୍ଟ ଉପାର୍ଜିତ ଟଙ୍କା ହରାଉଛନ୍ତି। ତେଣୁ ସମସ୍ତେ ସଚେତନତା ସୃଷ୍ଟି କଲେ ସାଇବର କ୍ରାଇମକୁ ରୋକା ଯାଇପାରିବ ବୋଲି ଶ୍ରୀ ଶର୍ମା ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ପ୍ରସାଦ ପାତ୍ର ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ.ପି. ବିଜୟ କୁମାର ନନ୍ଦ, ଅମୂଲ୍ୟ କୁମାର ଧର, ଡିଏସପି ଅସିତ୍ ମହାନ୍ତି, ସୁଶାନ୍ତ ତାଉଡିଆ, ଡିଆଇବି ଡିଏସପି ସୁଦାମ ମଲ୍ଳିକ, ଆରଆଇ, ଏସଡିପିଓ ରଶ୍ମୀରଞ୍ଜନ ସେନାପତି, ରାୟଗଡା ଥାନା ଅଧିକାରୀ କମଳକାନ୍ତ ବସନ୍ତ କୁମାର କହଁରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe