ଚନ୍ଦ୍ରଶେଖରଦେବ ଉଚ୍ଚ ବିଦ୍ୟାଳୟରେ ପରିବେଶ ସଚେତନତା 

Advertisment
ଚନ୍ଦ୍ରଶେଖରଦେବ ଉଚ୍ଚ ବିଦ୍ୟାଳୟରେ ପରିବେଶ ସଚେତନତା 

Sambad

ସିକୋ: ସ୍ଥାନୀୟ ଚନ୍ଦ୍ରଶେଖରଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଶକ୍ତି କ୍ଲବ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ମାଣ୍ଡୋଇ ଅତିଥି ଭାବେ ଯୋଗ ଦେଇଥିଲେ। ଶକ୍ତି କ୍ଲବ ତତ୍ୱବଧାରିକା ଜିତାରାଣୀ ପ୍ରଧାନ ସଂଯୋଜନା କରିଥିଲେ।

ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ମାନେ ସିକୋ ବଜାର ପରିକ୍ରମା କରି ଗଛ ଲଗାଇବା, ଗାଁରେ ସବୁଜିମା ବଢ଼ାଇବା, ପ୍ରାକୃତିକ ଜଳ ଉତ୍ସର ସୁରକ୍ଷା କରିବା, ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ସୃଷ୍ଟି କରିବା ଆଦି ବାର୍ତା ନେଇ ସଚେତନତା ସୃଷ୍ଟି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe