ଖୋର୍ଦ୍ଧା: ‘ସ୍କୁଲକୁ ହଁ, ବାଲ୍ୟବିବହାକୁ ନା' ଏନେଇ ସଚେତନତା କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ରଜ ପର୍ବ ଠାରୁ ଆରମ୍ଭ ହୋଇଥିବା ଏହି ସଚେତନା କାର୍ଯ୍ୟକ୍ରମରେ ବରୁଣେଇ ଠାରେ ଆସିଥିବା ପର୍ଯ୍ୟଟକ, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଚକୁଳିଆ ପଣ୍ଡା ଗୀତ ମାଧ୍ୟମରେ ଲୋକଙ୍କୁ ଶିକ୍ଷାର ବିକାଶ ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସଚେତନ କରାଯାଇଥିଲା । ବାଳକବାଳିକାଙ୍କୁ ସ୍କୁଲ ଫେରିବା ପାଇଁ ଆହ୍ୱାନ କରାଯାଇଥିଲା, ୫-ଟି ସ୍କୁଲ ଉନ୍ନତୀକରଣ, ମଧ୍ୟାହ୍ଣ ଭୋଜନ, ମା' ସହ ଶିଶୁ ମା' ସହ ଶିକ୍ଷା କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସାଧନକେନ୍ଦ୍ର ସଂଯୋଜକ ସତ୍ୟବାନ ଶ୍ରୀଚନ୍ଦନ, ସହଶିକ୍ଷା ଅଧିକାରୀ ଭରତ ଚନ୍ଦ୍ର ପ୍ରଧାନ, ସିଆରସିସି ଯୁଧିଷ୍ଠିର ସାହୁ, ରବିନାରାୟଣ ପଣ୍ଡା, ଅମୀୟ କୁମାର ପରିଡ଼ା, ପ୍ରଦ୍ୟୁମ୍ନ ମିଶ୍ର, ଧ୍ରୁବଚରଣ ରଣା, ରବୀନ୍ଦ୍ର ପ୍ରଧାନ, ସୁଜାତ ସାହୁ, ରବିନାରାୟଣ ସାହୁ, ମଙ୍ଗୁଳି ନିଶଙ୍କ, ସୁଶାନ୍ତ କୁମାର ଦାସ, ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
‘ସ୍କୁଲକୁ ହଁ ବାଲ୍ୟବିବାହକୁ ନା' ଆୟୋଜିତ
Advertisment
Follow Us