ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଉଦଘାଟିତ

Advertisment
ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଉଦଘାଟିତ

Sambad

ଖୋର୍ଦ୍ଧା: ଆଜି ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଏକ ରାଲି ମଧ୍ୟ ଆୟୋଜନ କରାଯାଇଥିଲା। ପୂର୍ବାହ୍ନ ୯ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅତିଥି ଭାବେ ଯୋଗ ଦେଇ ସଚେତନତା ରଥ ଓ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ବିଭିନ୍ନ ସ୍ତରରୁ ଯତ୍ନ କରାଯାଉଛି। ଏଭଳି ସଚେତନତା ରଥ ଓ ରାଲି ଖୋର୍ଦ୍ଧା ଗ୍ରାମାଞ୍ଚଳ ଜିଲ୍ଲାର ସମସ୍ତ ୪ଟି ପୌରାଞ୍ଚଳରେ କରାଯିବ। ଏହି ଅଭିଯାନରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ କାର୍ଯ୍ୟ କରୁଥିବା ପିକକ୍, ଏଡ୍ ଆଟ୍ ଆକ୍ସ, ଆଇଜେଏମ୍ ଆଦି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଡ଼ି ହୋଇଛନ୍ତି।

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ଶ୍ରମ ଆୟୁକ୍ତ ପ୍ରଣବ କୁମାର ପାତ୍ର, ଶ୍ରମ ବିଭାଗ ଅଧିକାରୀ ପ୍ରଭାକର ବିଶ୍ୱାଳ, ମୋନାଲିସା ଜେନା, ରଶ୍ମିତା ପାତ୍ର, ପ୍ରଜ୍ଞା ପାରମିତା ସାହୁ, ବିକାଶ କୁମାର ନାୟକ, କାଳିପୁତ୍ର କୁଳଦୀପ ପ୍ରସାଦ, ଜିଲ୍ଲା ଶିଶୁ ସୁରକ୍ଷଶ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଚାଇଲ୍ଡ ଲାଇନର କର୍ମର୍କର୍ତ୍ତା, ଲମ୍ବୋଦର ରାଉତ ପ୍ରମୁଖ ଯୋଗ ଦେଇଥିବା ବେଳେ ସମାଜସେବୀ ସଂଯୁକ୍ତ ମହଲ, ଜୟକୃଷ୍ଣ ମହାପାତ୍ର, ବିକ୍ରମ ସାମଲ, ଅଶୋକ ସାହୁ ଓ ଅନ୍ୟ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe