ସାମ୍ବାଦିକ ସଂଘ ଗୃହ ପରିଦର୍ଶନ କଲେ ବିଜେଡି ସାଙ୍ଗଠନିକ ସମ୍ପାଦକ

Advertisment
ସାମ୍ବାଦିକ ସଂଘ ଗୃହ ପରିଦର୍ଶନ କଲେ ବିଜେଡି ସାଙ୍ଗଠନିକ ସମ୍ପାଦକ

Sambad

ମାଲକାନଗିରି: ମାଲକାନଗିରି ଗସ୍ତରେ ଆଜି ରାଜ୍ୟ ବିଜେଡିର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।ବିଜେଡିର ଏକ ସାଂଗଠାନିକ ବୈଠକରେ ସେ ଯୋଗ ଦେଇଥିବା ବେଳେ କିଛି ମୁହର୍ତ୍ତ ପାଇଁ ସେ ମାଲକାନଗିରି ୟୁନିୟନ ଅଫ ଜରନାଲିଷ୍ଟ ସଂଘର ଗୃହ ପରିଦର୍ଶନ କରିଥିଲେ। ସାମ୍ବାଦିକ ସଂଘର ଏହି ଗୃହକୁ ୮ଟି ମନ୍ତ୍ରୀ ଏବଂ ୧୦ ଜଣ ନିଗମ ଅଧ୍ୟକ୍ଷ ଉଦଘାଟନ କରିଥିବା ଦେଖିବା ପରେ ଖୁସି ଜାହିର କରିଥିଲେ। ସଂଗଠନକୁ ମଜବୁତ କରିବା ପାଇଁ ପରାମର୍ଶ ଦେବା ସହ ବିଜେଡି ସବୁବେଳେ ସଂଘ ସହ ରହିଛି ଏବଂ ରହିବ ବୋଲି କହିଥିଲେ।

ନିଜର ବ୍ୟକ୍ତିଗତ ସହଯୋଗ ମଧ୍ୟ ମାଲକାନଗିରି ଜିଲ୍ଲାର ସାମ୍ବାଦିକଙ୍କ ପ୍ରତି ରହିବ ବୋଲି କହିଥିଲେ। ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସାମ୍ବାଦିକ ମାନେ ଯେଭଳି ଭାବେ କାମ କରୁଛନ୍ତି ତାହାକୁ ନେଇ ସେ ଉଚ୍ଚ ପ୍ରଶଂସା କରିଥିଲେ। ମାଲକାନଗିରି ଜିଲ୍ଲାକୁ ସେ ଆହୁରି ବିକାଶ କରିବାକୁ ଚାହୁଁଥିବା କହିଥିଲେ। ଜିଲ୍ଲାର ଉନ୍ନତିରେ ହିଁ ରାଜ୍ୟର ଉନ୍ନତି ବୋଲି କୁହାଯାଇଥିଲା। ମାଲକାନଗିରି ଜିଲ୍ଲାର ଗଣମାଧ୍ୟମ ସବୁବେଳେ ସତକୁ ସାମ୍ନାକୁ ଆଣି ବିକାଶକୁ ଆହୁରି ଦ୍ବିଗୁଣିତ କରୁଛନ୍ତି।

ଜିଲ୍ଲାର ଉନ୍ନତିରେ ରାଜ୍ୟ ସରକାରଙ୍କର ଯେତିକି ହାତ ରହିଛି ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି ମାନଙ୍କର ମଧ୍ୟ ସେତିକି ହାତ ରହିଛି। ଜିଲ୍ଲାରେ ଦୁର୍ନୀତି ହେଉ ବା କୌଣସି ସରକାରୀ କାର୍ଯ୍ୟାଳୟରେ ଲୋକେ ଠିକ ରୂପେ ସେବା ପାଇ ପାରୁନଥିବା ଖବରକୁ ପ୍ରକାଶ କରି ସେ ଗୁଡିକକୁ ସୁଧାରିବାରେ ବେଶ ସହାୟକ ହେଉଛନ୍ତି। ସରକାର ସବୁବେଳେ ଗଣମାଧ୍ୟମକୁ ସହଯୋଗ କରିଆସୁଛନ୍ତି ବୋଲି ସେ କହିଥିଲେ।

ନିକଟରେ ହକର ମାନଙ୍କୁ ସେମାନଙ୍କର ହକ୍ ପ୍ରଦାନ କରାଯାଇଥିବା କୁହାଯାଇଥିଲା। ଆଗକୁ ମଧ୍ୟ ରାଜ୍ୟର ସାମ୍ବାଦିକ ମାନଙ୍କ ପ୍ରତି ସରକାର ବହୁ ଯୋଜନା ପ୍ରଣୟନ କରିବେ ବୋଲି ସଂଘ ଆଶା ପ୍ରକଟ କରିଥିଲେ। ଏହି ଗସ୍ତ ବେଳେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ମାନସ ମାଡକାମୀ, ସମ୍ପାଦକ ପ୍ରଭାକର ପ୍ରଧାନ, ଜିଲ୍ଲା ସାଂଗଠାନିକ ସଂପାଦକ ନୃସିଂହ ଚରଣ ମହାନ୍ତି, ସଂଘର ଉପସଭାପତି ସତ୍ୟ ନାରାୟଣ ପଣ୍ଡା, ଉପଦେଷ୍ଟା ଯିତେନ୍ଦ୍ର ବେଉରା, ଇଶ୍ବର ପଟନାୟକ, ଦେବବ୍ରତ ସାନା, ପ୍ରସାଦ ନାୟକ, ବିକ୍ରମ ପାଢୀ, ଜଗନ୍ନାଥ ମାଝୀ, ଇଶ୍ବର ରାଓ, ଚକ୍ରଧର, ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe