Image Courtesy of Latestly
କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ସିକରପାଇ ଗ୍ରାମରେ ଏକ ବୁଦା ମୂଳେ ନବଜାତ ଶିଶୁ କନ୍ୟା ଗ୍ରାମବାସୀ ଉଦ୍ଧାର କରି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଘଟଣାରୁ ଜଣାପଡିଛି ଯେ ଆଜି ରାତ୍ର ପ୍ରାୟ ସାଢେ ଆଠଟା ସମୟରେ ସିକରପାଇ ଗ୍ରାମର ଦୋରା ସାହି ପଛପଟ ଏକ ବୁଦାମୂଳେ କିଏ ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମଦେଇ ସେଠାରେ ଛାଡ଼ିଦେଇ ଚାଲି ଯାଇଥିଲେ।
ପରେ ଉକ୍ତ ସାହିର ଲୋକମାନେ ଶିଶୁ କନ୍ୟାର କାନ୍ଦିବା ଶୁଣିଥିଲେ। ପରେ କିଛି ଲୋକ ଉକ୍ତ ଶିଶୁକୁ ନେଇ ସିକରପାଇ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହି ଘଟଣା ସିକରପାଇ ଗ୍ରାମରେ ପୂର୍ବରେ ଥରେ ଘଟିଥିଲା।
Follow Us