ସଫେଇ କର୍ମଚାରୀଙ୍କ ପାଇଁ “ବଡା ଖାନା’’ କାର୍ଯ୍ୟକ୍ରମ

ବାରିପଦା ପୌରପାଳିକା ପକ୍ଷରୁ ନିଆରା ପ୍ରୟାସ

ସଫେଇ କର୍ମଚାରୀଙ୍କ ପାଇଁ “ବଡା ଖାନା’’ କାର୍ଯ୍ୟକ୍ରମ

ବାରିପଦା : ବାରିପଦା ପୌରପରିଷଦ ପକ୍ଷରୁ ସଫେଇ କର୍ମଚାରୀଙ୍କ ପାଇଁ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପୌରପରିଷଦ କଲ୍ୟାଣ ମଣ୍ଡପରେ ସଫେଇ କର୍ମଚାରୀ, ସ୍ୱଚ୍ଛ ସୁପରଭାଇଜର୍‌, ସ୍ୱଚ୍ଛ ସାଥୀ ଓ ୱାର୍ଡ ଅଫିସର ମାନଙ୍କୁ ନେଇ ଆଜି ଏକ ‘‘ବଡା ଖାନା’’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହିପରି ସଫେଇ କାର୍ଯ୍ୟରେ ବଳିଷ୍ଠ ଅବଦାନ ପାଇଁ ପୁରଷ୍କାର ବିତରଣ କରାଯାଇଥିଲା। ଏହି ଉତ୍ସବରେ ଜିଲ୍ଲାପାଳ ତଥା ବାରିପଦା ପୌରପରିଷଦର ପ୍ରଶାସକ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ପି.ଅନ୍ୱେଷା ରେଡ୍ଡୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବାରିପଦା ଡିଏଫଓ ଏବଂ ମୟୂରଭଞ୍ଜ ସହର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଯୋଗ ଦେବା ସହିତ ସଫେଇ କର୍ମଚାରୀ ଏବଂ ସ୍ୱଚ୍ଛ ସାଥୀଙ୍କୁ ଖାଦ୍ୟ ପରଶିଥିଲେ ।

ଉକ୍ତ ସଭାରେ ଜିଲ୍ଲାପାଳ ସହରାଂଚଳରେ ସଫେଇ କର୍ମଚାରୀ ମାନଙ୍କ ଦ୍ୱାରା କରାଯାଉଥିବା ସଫେଇ କାର୍ଯ୍ୟ ପ୍ରସଂଶା କରିବା ସହିତ ଆଗକୁ ବାରିପଦା ସହରକୁ କିପରି ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ରେ କିପରି ଉଚ୍ଚ ସ୍ଥାନ ଅଧିକାର କରାଯାଇପାରିବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମାନ କରିଥିଲେ । ଘରୁ ଘରୁ ବାହାରୁଥିବା ଓଦା ଓ ଶୁଖିଲା ଅଳିଆର ସଠିକ ସୁପରିଚାଳନା ନିମନ୍ତେ ଏବଂ ଆଗାମୀ ଦିନରେ ଡଷ୍ଟବିନ୍ ଫ୍ରି ସହର ଭାବେ ବାରିପଦା କିପରି ସ୍ୱଚ୍ଚସୁସ୍ଥ ଓ ସୁନ୍ଦର ହୋଇପାରିବ ସମସ୍ତେ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ସଫେଇ କାର୍ଯ୍ୟରେ ନିଜର ବଳିଷ୍ଠ ଅବଦାନ ପାଇଁ ୩ ଜଣ ସ୍ୱଚ୍ଛ ସାଥି, ଜଣେ ସ୍ୱଚ୍ଚ ସୁପରିଭାଇଜର, ତିନି ଜଣ ସଫେଇ କର୍ମଚାରୀ ଏବଂ ଦୁଇଟି ୱେଲଥ୍ ସେଣ୍ଟରର ସଭ୍ୟା ସହିତ ମଳ ବିଶୋଧନାଗାରର କାର୍ଯ୍ୟରତ ସଦସ୍ୟା ମାନଙ୍କ ପ୍ରମାଣ ପତ୍ର ସହ ପୁରଷ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପୌରପରିଷଦର ସନ୍ତୋଷ ମହାନ୍ତି, ଉଜ୍ଜଳ କୁମାର ବେହେରା, ଗୌରୀଶଙ୍କର ନାୟକ, ସାର୍ଥକ ପ୍ରୟାସ ଓ ଅମ୍ଳାନ ପଟ୍ଟନାୟକ ପରିଚାଳନା କରିଥିଲେ । ସର୍ବ ଶେଷରେ ସଫେଇ କର୍ମଚାରୀ ମାନଙ୍କୁ କାର୍ଯ୍ୟରେ ଉତ୍ସାହିତ କରିବା ନିମନ୍ତେ “ବଡା ଖାନା” କାର୍ଯ୍ୟକ୍ରମରେ ସୁସ୍ୱାଦୁ ବ୍ୟଞ୍ଜନ ଅତିଥି ମାନଙ୍କ ଦ୍ୱାରା ପରିବେଶଣ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe