ପାଟଣାଗଡ଼ର ପ୍ରସିଦ୍ଧ ବଏଲ ଯାତ୍ରା: ମାଁ ଦଶମତୀଙ୍କୁ ଭେଟିଲେ ମାଁ ପାଟଣେଶ୍ୱରୀ

Advertisment
ପାଟଣାଗଡ଼ର ପ୍ରସିଦ୍ଧ ବଏଲ ଯାତ୍ରା: ମାଁ ଦଶମତୀଙ୍କୁ ଭେଟିଲେ ମାଁ ପାଟଣେଶ୍ୱରୀ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ପ୍ରସିଦ୍ଧ ବଏଲ ଯାତ୍ରା କୋଭିଡ ନିୟମକୁ ଆଧାର କରି ଅନୁଷ୍ଠିତ ହୋଇଥିବା ଜଣାପଡିଛି । ସେହିପରି ପୂର୍ବରୁ ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀ ମାଁ ଦଶମତୀଙ୍କ ସହ ଭେଟ ହେବା ନେଇ ପୂର୍ବରୁ କଟକଣା ଲଗା ଯାଇଥିବା ବେଳେ ପରେ ସେ ନିୟମକୁ ବଦଳାଇ ହଜାରେ ବର୍ଷର ପରମ୍ପରାକୁ ବଜାୟ ରଖିବା ନେଇ ବଏଲ ଯାତ୍ରାକୁ ରୀତିନୀତି ଭାବେ ପାଳନ କରା ଯାଇଥିବା ଜଣାପଡିଛି ।

ହଜାରରେ ବର୍ଷର ପରମ୍ପରା ପାଟଣାଗଡ଼ର ପ୍ରସିଦ୍ଧ ବଏଲ ଯାତ୍ରାକୁ ଦୃଷ୍ଟିରେ ରଖି ୨୩ ତାରିଖ ଜିଲ୍ଲାପଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପାଟଣାଗଡ଼ରେ ଏକ ଜରୁରି ବେଠକ ବସିଥିଲା । ଏଥିରେ ପୂର୍ବ ର୍ନିଦ୍ଧାରିତ କିଛି ନିୟମକୁ କୋହଳ କରା ଯାଇଥିବା ବେଳେ ବଏଲ ଯାତ୍ରାର ହଜାିରେ ବର୍ଷର ପରାମ୍ପରାରେ ଯେପରି ବାଧା ସୃଷ୍ଟି ନ ହେବ ତା ସହିତ କୋଭିଡ ଗାଇଡ ଲାଇନକୁ ରକ୍ଷା କରାଯାଇ ବଏଲ ଯାତ୍ରା କରାଯାଇ ପାରିବ ସେ ନେଇ ବୈଠକରେ ସ୍ଥିର କରା ଯାଇଥିଲା ।

publive-image

ପୂର୍ବ ନିର୍ଦ୍ଧାରିତ ଓ କୋଭିଡ ଆଇନ ଅନୁଯାୟୀ ୨୪ ତାରିଖ ରାତିରେ ପାଟଣାଗଡ଼ର ପ୍ରସିଦ୍ଧ ମାଁ ପାଟଣେଶ୍ୱରୀଙ୍କ ବଏଲ ଯାତ୍ରା ଅନୁଷ୍ଠିତ ହୋଇଥିବା ଜଣାପଡିଛି । ପରମ୍ପରା ତଥା ପ୍ରଥା ଅନୁଯାୟୀ, ୨୪ ତାରିଖ ରାତିରେ ପାଟଣା ମହାରାଣୀଙ୍କ ଠାରୁ ପାଟ ସିନ୍ଦୁର ନେଇ ମାଁ ପାଟଣେଶ୍ୱରୀ ମନ୍ଦିରକୁ ନିଆ ଯାଇଥିଲା । ସେଠାରେ ରୀତିନୀତି ପୂଜା ତଥା ପାରମ୍ପରିକ ବାଜା ବଜାଇ ବରୁଆ ଦେହରେ ଦେବୀଙ୍କୁ ଆହ୍ଵାନ କରା ଯାଇଥିଲା । ପରେ ମାଁ ପାଟଣେଶ୍ୱରୀଙ୍କ ମନ୍ଦିରରୁ ମାଁଙ୍କ ଛତର ଓ ଦେବୀ(ବରୁଆ)ଙ୍କୁ ମନ୍ଦିର ବାହାରକୁ ଅଣା ଯାଇ ଗଡଭିତର ସ୍ଥିତ ମାଁ ସମଲେଶ୍ୱରୀ ମନ୍ଦିରକୁ ନିଆଯିବା ସହିତ ଗଡଭିତରରେ ଅଷ୍ଟ ମଲ୍ଲିକଙ୍କ ବିଭିନ୍ନ ଅଙ୍ଗ ପୋତା ଯାଇଥିବା ସ୍ଥାନ ମାନଙ୍କରେ ଖଣ୍ଡା ଦ୍ଵାରା ପ୍ରହାର(ଖପରଚୁପା) କରାଯିବା ସହିତ ଗଡଭିତର ରାସ୍ତାକୁ ସଂଯୋଗ କରୁଥିବା ସହରର ରାସ୍ତା ମାନଙ୍କୁ ମାଁ ପାଟଣେଶ୍ୱରୀଙ୍କ ଦ୍ଵାରା କିଳା ଯାଇଥିଲା । ଏହା ପରେ ମାଁ ପାଟଣେଶ୍ୱରୀଙ୍କୁ ମାଁ ଦଶମତୀ ମନ୍ଦିରକୁ ନିଆଯାଇ ଭେଟ କରା ଯାଇଥିଲା । ଏହି ସବୁ ବିଧି ବିନା ଭକ୍ତରେ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ବଏଲ ଯାତ୍ରା ପାଇଁ ପୂର୍ବରୁ ସହରରେ ୧୪୪ ଧାରା ଜାରି କରା ଯାଇଥିବା ବେଳେ ପୁଲିସ, ପ୍ରଶାସନ, ସେବାୟତ ଓ ପୂଝାରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଜଣାପଡିଛି ।

ବିଗତ ବର୍ଷ ମାନଙ୍କରେ ୨୫ ରୁ ୩୦ ହଜାର ଭକ୍ତଙ୍କ ଭିଡ ରହୁଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ଓ ୧୪୪ ଧାରା ଲାଗୁ କରାଯିବା ଦ୍ଵାରା ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳି ନ ଥିଲା । ସେହିପରି ରାତିରେ ମାଁ ଡଙ୍ଗେଇ ଓ ୨୫ ତାରିଖ ସକାଳେ ମାଁ ସମଲେଶ୍ୱରୀଙ୍କ ବଏଲ ଯାତ୍ରା ମଧ୍ୟକୋଭିଡ ଗାଇଡ ଲାଇନ ଅନୁଯାୟୀ ପାଳନ କରାଯିବ ବୋଲି ଜଣାପଡିଛି । ବଏଲ ଯାତ୍ରା ସମୟରେ ଗଡଭିତର ସ୍ଥିତ ମନ୍ଦିର ଓ ରାଜଖମାର ପରିସରରେ ଥିବା ମାଁ ଦଶମତୀ ମନ୍ଦିର ଭିତରେ ବାଜା ବଜା ଯାଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe