ବୈଶାଖ ମହୋତ୍ସବ ପାଇଁ ହରିଶଙ୍କର ପୀଠ ଚଳଚଞ୍ଚଳ

Advertisment
ବୈଶାଖ ମହୋତ୍ସବ ପାଇଁ ହରିଶଙ୍କର ପୀଠ ଚଳଚଞ୍ଚଳ

ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ପ୍ରସିଦ୍ଧ ହରିଶଙ୍କର ମନ୍ଦିରରେ ନୃସିଂହ ଚତୁର୍ଦ୍ଦଶୀ ମେଳା ଏବଂ ହରିଶଙ୍କର ମହୋତ୍ସବ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ। ତିନି ଦିନ ଧରି ହେବାକୁ ଥିବା ମହୋତ୍ସବକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ମନ୍ଦିରରେ ନୂଆ ରଙ୍ଗ ଲଗାଯାଇ ମନ୍ଦିର ଏବଂ ଆଖପାଖ ଅଞ୍ଚଳକୁ ସୁସଜ୍ଜିତ କରାଯାଇଛି। ଦୋକାନ ବଜାର, ମିନାବଜାର ପାଇଁ ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀମାନେ ପହଞ୍ଚି ସାରିଛନ୍ତି। ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ମହୋତ୍ସବକୁ ସୁନ୍ଦର ତଥା ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ କମିଟି ଗଠନ କରିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ, ମନ୍ଦିର ଦର୍ଶନ, ଜଳ ଯୋଗାଣ, ଡାକ୍ତରୀ ସେବା, ହୋମଯଜ୍ଞ, ସଫେଇ, ଆଲୋକ, ଶାନ୍ତି ଶୃଙ୍ଖଳା, ସୂଚନା କେନ୍ଦ୍ର ଆଦି କମିଟି ଗଠନ କରାଯାଇଛି।

publive-image

ଏଥିରେ ପାଟଣାଗଡ଼ ତହସିଲଦାର ଡ. ପୁଷ୍ପାଞ୍ଜଳି ପଣ୍ଡା, ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ମିଶ୍ର ସମେତ ପାଟଣାଗଡ଼ ଉପଖଣ୍ଡର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ରଖାଯାଇଛି। ଦେବୋତ୍ତର କମିଟିର ସଦସ୍ୟ ଝାରୁ ମେହେର, ସୁନୀଳ ‌ଗୋୟଲ, ଶଙ୍କର ପ୍ରଧାନ, ରାଜେଶ ପୁରୋହିତ, ଅଭୟ ତ୍ରିପାଠୀ, ଶଶି ପୁଝାରୀ, ଅର୍ଜୁନ ଅଗ୍ରୱାଲ, ବିପ୍ର ବିଶି, ରୋହିତ ମେହେର, ଜିଲ୍ଲା ପରିଷଦ  ସଭ୍ୟା ପ୍ରମିଳା ପାଥର, ସଂଯୁକ୍ତା ମେହେର, ସରପଞ୍ଚ ସୁମିତ ପଧାନ, ସୁଶୀଲ ଗୁରୁ, ନୀଳେନ୍ଦ୍ରି ପୁଝାରୀ, ପ୍ରବୀଣ ଅଗ୍ରୱାଲ, ଦେବକାନ୍ତ ପାଣିଗ୍ରାହୀ, ରମେଶ ପଧାନ, ପଞ୍ଚୁଦେବ ସାହୁ, ସାମ୍ବାଦିକ ବିଜୟ ମିଶ୍ର, ଲକ୍ଷ୍ମୀକାନ୍ତ ମିଶ୍ର, ଅଧ୍ୟାପକ ବଳଭଦ୍ର ଦାସ, ସରୋଜ ପାଣିଗ୍ରାହୀ, କ୍ଷମାନିଧି ଭୋଇ, ଇନ୍ଦ୍ରମଣି ସାହୁ, ଶତ୍ରୁଘନ ନାଏକ, ପୂର୍ଣ୍ଣଚନ୍ଦ୍ର ଭୋଇ, ଗଜରାଜ ନାଗ, ପଞ୍ଚମ ପଧାନ, ଟିକେଶ୍ଵର ଧରୁଆ, ବଳରାମ ବରିହା, ଧରମ ସିଂ ଧରୁଆ, ପୂର୍ଣ୍ଣଚନ୍ଦ୍ର ଭୋଇ ପ୍ରମୁଖ ମଧ୍ୟ କମିଟିରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe