ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କଲା ବୈଶିଙ୍ଗା ପୁଲିସ

Advertisment
ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କଲା ବୈଶିଙ୍ଗା ପୁଲିସ

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବେତନଟୀ ପୁଲିସ ଉପଖଣ୍ଡ ଅଧୀନରେ ପ୍ରଥମ କରି ବୈଶିଙ୍ଗା ଥାନା ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ନେଇ ଆମ ପୁଲିସ ବୈଠକ ବୁଧବାର ଆୟୋଜିତ ହୋଇଯାଇଛି। ବୈଶିଙ୍ଗା ଥାନା ପରିସରସ୍ଥ ଅଭ୍ୟର୍ଥନା ଗୃହରେ ଆୟୋଜିତ ଏହି ବୈଠକରେ ବେତନଟୀ ଓ ବଡ଼ସାହି ବ୍ଲକ ଅଧୀନ ୨୨ ପଞ୍ଚାୟତର ବରିଷ୍ଠ ନାଗରିକମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

publive-image

ବୈଶିଙ୍ଗା ଥାନାଧିକାରୀ ତପନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ନାଗରିକମାନେ ସେମାନେ ରହୁଥିବା ଅଞ୍ଚଳ ଗୁଡିକରେ ରହିଥିବା ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରିଥିଲେ। ବିଭିନ୍ନ କ୍ଷେତ୍ରରେ ବରିଷ୍ଠ ନାଗରିକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ଏକାକୀ ଏହାର ସମାଧାନ କରିପାରୁନାହାନ୍ତି, ଯୋଉଁଥିପାଇଁ ଥାନା ଅଧିକାରୀ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ସଂଗଠନ ଗଠନ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ବୈଶିଙ୍ଗା ପୁଲିସ ଥାନା ପକ୍ଷରୁ ଅଞ୍ଚଳର ୬୫ ଜଣଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର କାର୍ଡ ପ୍ରଦାନ କରାଯାଇଥିଲା। ବୈଶିଙ୍ଗା ଥାନା ପକ୍ଷରୁ ଏସଆଇ ଲକ୍ଷ୍ମଣ ମୁର୍ମୁ, ଏଏସଆଇ ଭାବଗ୍ରାହୀ ମହାନ୍ତ, ସୁବ୍ରତ ସାହୁ, ଲମ୍ବୋଦର ବାରିକ ଓ ମିତ୍ରଭାନୁ ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe