ଜନ୍ମ ଉତ୍ସବରେ ବଳଦେବଜିଉଙ୍କ ପୀଠ ଚଳଚଞ୍ଚଳ, ପାଟରାକ୍ଷୀ ପିନ୍ଧି ଲକ୍ଷେ ତୁଳସୀରେ ଦର୍ଶନ ଦେଲେ ବଡ଼ ଠାକୁର

Advertisment
ଜନ୍ମ ଉତ୍ସବରେ ବଳଦେବଜିଉଙ୍କ ପୀଠ ଚଳଚଞ୍ଚଳ, ପାଟରାକ୍ଷୀ ପିନ୍ଧି ଲକ୍ଷେ ତୁଳସୀରେ ଦର୍ଶନ ଦେଲେ ବଡ଼ ଠାକୁର

Sambad

କେନ୍ଦ୍ରାପଡ଼ା: ଆଜି ଥିଲା ପବିତ୍ର ରକ୍ଷାବ˚ଧନ; କେନ୍ଦ୍ରାପଡ଼ାର ଆରାଧୢ ଦେବତା ତୁଳସୀକ୍ଷେତ୍ରାଧିପତି ବଳଦେବଜିଉଙ୍କ ଜନ୍ମଦିନ। ଏହି ଅବସରରେ ଆଜି ସକାଳୁ ସକାଳୁ ମନ୍ଦିର ପରିସର ଚଳଚଞ୍ଚଳ ହୋଇପଡ଼ିଥିଲା। ଠାକୁରଙ୍କ ଜନ୍ମାଭିଷେକ ପରିପ୍ରେକ୍ଷୀରେ ସ୍ବତନ୍ତ୍ର ଭାବେ ୧ଲକ୍ଷ ତୁଳସୀ ଲାଗି ହେବା ସହିତ ଶ୍ରୀକ୍ଷେତ୍ର ପୁରୀରୁ ଭଉଣୀ ମା’ ସୁଭଦ୍ରା ପଠାଇଥିବା ପାଟରାକ୍ଷୀ ବଡ଼ଭାଇ ବଳଦେବ ଓ ସାନଭାଇ ଜଗନ୍ନାଥଙ୍କଠାରେ ବନ୍ଧା ଯାଇଥିଲା। କେବଳ ସେତିକି ନୁହେଁ, ବାଇଶ ପାହାଚ ତଳେ ବିଧି ମୁତାବକ ହୋମଯଜ୍ଞ ହୋଇଥିଲା।
ବର୍ଷକରେ ଆଜି ହେଉଛି ବଳଦେବଜିଉଙ୍କ ପାଇଁ ସବୁଠୁ ବଡ଼ ଦିନ। କାରଣ ବଡ଼ଠାକୁରଙ୍କ ଜନ୍ମ ଦିନ। ଏଥିପାଇଁ ମନ୍ଦିରକୁ ଫୁଲରେ ସଜ୍ଜାଯିବା ସହିତ ରାତିରେ ର˚ଗବେରଙ୍ଗି ଏଲଇଡି ଲାଇଟ୍‌ରେ ପୂରା ପରିସର ଝଲସି ଉଠିଥିଲା। ଜନ୍ମ ଉତ୍ସବ ଉପଲକ୍ଷେ ସ୍ବତନ୍ତ୍ର ଭାବେ ଠାକୁରଙ୍କ ଚରଣରେ ୧ଲକ୍ଷ ତୁଳସୀ ଅର୍ପଣ କରାଯିବା ସହିତ ହୋମଯଜ୍ଞ ବିଳମ୍ବିତ ରାତି ଯାଏ ଚାଲିଥାଏ। ବର୍ଷାର ପ୍ରତିକୂଳ ପାଗ ସତ୍ତ୍ବେ ଜନ୍ମ ଉତ୍ସବରେ ଠାକୁରଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଗହଳି କିଛି କମ୍‌ ନ ଥିଲା। ଆସନ୍ତାକାଲି ଗହ୍ମାପର୍ଣ୍ଣିମା ଥିଲେ ମଧୢ ସକାଳ ୭ଟା ପରେ ପ୍ରତିପଦ ପଡ଼ୁଥିବାରୁ ଆଜି ଠାକୁରଙ୍କ ସବୁ ନୀତିକାନ୍ତି ସ˚ପନ୍ନ ହୋଇଥିଲା।

ପୂର୍ବ  ଧାର୍ଯ୍ୟ କାର୍ଯ୍ୟସୂଚୀ ମୁତାବକ ଆଜି ସକାରେ ମନ୍ଦିର ପହଡ଼ ଖୋଲିବା ପରେ ସକାଳ ୬ଟାରେ ଜୟ ମ˚ଗଳା ଆଳତି ହୋଇଥିଲା। ଏହାପରେ ୮ଟାରେ ଠାକୁର ସ୍ନାନ ପରେ ବଲ୍ଲଭ ଭୋଗ ଲାଗି ହୋଇଥିଲା। ୧୦ଟାରେ ପ୍ରଥମ ଖେଚେଡ଼ି ଧୂପ ହେବା ପରେ ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟାରେ ଠାକୁରଙ୍କୁ ନୂତନ ବସ୍ତ୍ର, ରୁପା ଅଳଙ୍କାର ଏବ˚ ସୁନା ଚିତ୍ତା ପିନ୍ଧା ଯାଇଥିଲା। ଦିନ ୧ଟାରେ ମ˚ଗଳାର୍ପଣ ସହିତ ଜନ୍ମ ଦିନ ଯୋଗୁ ଠାକୁରଙ୍କ ପାଖେ କ୍ଷିରି ଓ ଚକୁଳି ପିଠା ଭୋଗ ଲାଗି ହୋଇଥିଲା। ନୂତନ ବସ୍ତ୍ର ସା˚ଗକୁ କାଠି ମୁକୁଟ ଏବ˚ ଫୁଲରେ ସୁସଜ୍ଜିତ ହୋଇ ତିନି ଠାକୁର ଭକ୍ତଙ୍କ ଦର୍ଶନ ଦେଇଥିଲେ। ଏହାପରେ ଜନ୍ମ ଦିନ ଉପଲକ୍ଷେ ବାଇଶ ପାହାଳ ତଳେ ଯେଉଁ ସ୍ବତନ୍ତ୍ର ହୋମଯଜ୍ଞ ହୋଇଥାଏ, ତାହା ଆରମ୍ଭ ହୋଇଥିଲା। ପ୍ରାୟ ରାତି ୧୨ଟା ଯାଏ ଏହି ଯଜ୍ଞ ଚାଲିବା ପରେ ପୂର୍ଣ୍ଣାହୁତି ହେବ ଏବ˚ ଏହାପରେ ବଡ଼ସି˚ହାର ବେଶ ବିଳମ୍ବିତ ରାତିରେ ଅନୁଷ୍ଠିତ ହେବ ବୋଲି ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି। ତେବେ ଜନ୍ମ ଉତ୍ସବ ଉପଲକ୍ଷେ ଠାକୁରଙ୍କ ପାଖେ ଲାଗି ହୋଇଥିବା କ୍ଷିରୀ, ପିଠା, ପୁରୀ ଭୋଗକୁ ସ˚ଧ୍ୟାରେ ଭକ୍ତମାନଙ୍କୁ ବଣ୍ଟା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe