ବାଳକାଟି ଡିଗ୍ରି କଲେଜର ଭିତ୍ତିଭୂମିର ବିକାଶ ଲାଗି ୨୫ ଲକ୍ଷ ମଞ୍ଜୁର

Advertisment
ବାଳକାଟି ଡିଗ୍ରି କଲେଜର ଭିତ୍ତିଭୂମିର ବିକାଶ ଲାଗି ୨୫ ଲକ୍ଷ ମଞ୍ଜୁର

Sambad

ବାଲିଅନ୍ତା: ଚତୁଃପାର୍ଶ୍ବ ଖୋଲା ପଡ଼ିଥିବା ସର୍ବ ପୁରାତନ ବାଳକାଟି ଡିଗ୍ରୀ କଲେଜର ସାମଗ୍ରିକ ଭିତ୍ତିଭୂମିର ବିକାଶ ଲାଗି ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କା ମଂଜୁର ହୋଇଛି। ଫନି କ୍ଷୟକ୍ଷତି ସହାୟତା ଭାବେ ସଂପୃକ୍ତ ବିଭାଗ ପକ୍ଷରୁ ୧୮ ଲକ୍ଷ ଟଙ୍କାର ମଂଜୁର ହୋଇଛି। ତଦସହିତ ଜୟଦେବ ବିଧାୟକ ଡକ୍ଟର ଅରବିନ୍ଦ ଢାଲୀ ତାଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଡିରୁ ମଧ୍ୟ ୭ ଲକ୍ଷ ଟଙ୍କା ମଂଜୁର କରିଛନ୍ତି। ଏହି ଅର୍ଥ ରାଶିରେ ଯଥାକ୍ରମେ କଲେଜର ଚାରିପାଖରେ ସ୍ଥାୟୀ ପଥର ପ୍ରାଚୀର, କଲେଜ ଭିତରକୁ କଂକ୍ରିଟ ରାସ୍ତା ଓ ସାମନା ପାର୍ଶ୍ବ ଚଉଡ଼ା ଲୁହାଗେଟ ନିର୍ମାଣ ହେବ। ଏହି ଅବସରରେ ଆଜି ପୂର୍ବାହ୍ନରେ ବିଧାୟକ ଶ୍ରୀ ଢାଲୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିକାଶ କାର୍ୟ୍ୟ ପ୍ରକ୍ରିୟାର ଭିତ୍ତିଭୂମି ସ୍ଥାପନ କରିଛନ୍ତି।

ଏହାବାଦ ୨୦୨୧ ସୁଦ୍ଧା ବାକି ଅନ୍ୟ ସବୁ ଉନ୍ନୟନ କାର୍ୟ୍ୟ ଶେଷ ହେବ ବୋଲି ସେ କଲେଜ କର୍ମକର୍ତାଙ୍କ ଉପସ୍ଥିତିରେ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ବରିଷ୍ଠ ନେତା ପ୍ରତାପ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଡିଗ୍ରୀ କଲେଜର ଅଧ୍ୟକ୍ଷ ଡକ୍ଟର କାଳନ୍ଦୀ ଚରଣ ସାହୁ, ଅଧ୍ୟାପକ ତ୍ରିଲୋଚନ ସାହୁ, ଚକ୍ରଧର ନନ୍ଦ, ରୁଦ୍ର କୁମାର ରାୟ, ସମ୍ବିତ ମିଶ୍ର ଓ ଗଙ୍ଗାଧର ରାଉତ ପ୍ରମଖ ସାମିଲ ଥିଲେ। ଲାଇବ୍ରେରିଆନ ହେମନ୍ତ ଦାଶ ସମସ୍ତ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe